ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ହଟାଇବାକୁ ପ୍ରୟାସ ଚଳାଇଛି ପୋଲିସ। ସୁସ୍ମିତାଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯିବା ସହ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି।

ଗତ ସେପ୍ଟେମ୍ବର ୧୯ ତାରିଖରେ ରାଉରକେଲାର ସେନସରୀ ପାର୍କରେ ଥିବା ପୋଖରୀରୁ ସୁସ୍ମିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସୋମବାର ଦିନ ତଦନ୍ତକାରୀ ଟିମ୍ ପାର୍କରେ ପହଞ୍ଚି ଛାନଭିନ ଜାରି ରଖିଛି। ପାର୍କରେ ଥିବା ପୋଖରୀରୁ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁର ପ୍ରମାଣ ଖୋଜିବାକୁ ଚେଷ୍ଟା କରୁଛି ପୋଲିସ।

ରାଉରକେଲା ଏସପିଙ୍କ ନିର୍ଦେଶ କ୍ରମେ ଡିଏସପି ପାହ୍ୟାର ଅଧିକାରୀ ବନିତା ମାଝି ଏହି ଘଟଣାର ତଦନ୍ତ ଦାୟିତ୍ଵ ନେଇଛନ୍ତି। ତଦନ୍ତକାରୀ ଟିମ୍ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ରହିଥିବା ହୋଟେଲର ସିସିଟିଭି ଫୁଟେଜ ଜବତ କରାଯାଇଛି। ଏହା ସହ ମୃତ୍ୟୁ ପୂର୍ବରୁ ସୁସ୍ମିତା ଲେଖିଥିବା ହାତଲେଖା ଚିଠି ଏବଂ ଭଏସ ମେସେଜ ଆଦି ଜବତ କରାଯାଇଛି। ଏହା ଆଧାରରେ ସୁସ୍ମିତା ମିଞ୍ଜି ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ହଟାଇବାକୁ ଚେଷ୍ଟା କରୁଛି ପୋଲିସ।

Tags: #Rourkela #AssistantCollectorSusmitaMinz #MurderCase #CBIInvestigation #PoliceInvestigation

Comment