ଓଡ଼ିଶାଲାଇଭ୍ ବ୍ୟୁରୋ

ଥରିଲା ଉତ୍ତର ଭାରତ। ମଙ୍ଗଳବାର ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରହିଥିଲା।

୨ଟା ୫୧ ଓ ୨ଟା ୫୩ ମିନିଟ ସମୟରେ ଦୁଇ ଥର ଭୂମିକମ୍ପ ଅନୁଭୂତ ହୋଇଛି। ୪୦ସେକେଣ୍ଡ ପାଇଁ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।

ଭୂମିକମ୍ପର ଉତ୍ପତ୍ତିସ୍ଥଳ ନେପାଳ ବୋଲି ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ ସୂଚନା ନାହିଁ। ଭୂମିକମ୍ପ ନେଇ ଲୋକେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ।

ଦିଲ୍ଲୀ ସମେତ ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।

Tags: #earthquake #imd #imdweather #delhincr #northindia

Comment