ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ନେଇ ପ୍ରାକ୍-ପ୍ରସ୍ତୁତି ବୈଠକ

ମୌସୁମୀର ଲେଉଟାଣି ଅର୍ଥାତ୍ ଅକ୍ଟୋବର ମାସରେ ସାଧାରଣତଃ ଓଡ଼ିଶାକୁ ବାତ୍ୟା ଆସିବାର ସମ୍ଭାବନା ରହିଥାଏ। ସେଥିପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହି ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରି ସମ୍ଭାବ୍ୟ ବାତ୍ୟା ନିମନ୍ତେ ଆଗୁଆ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି।

ଏଥିସହ ବାତ୍ୟା ପରିଚାଳନା ପାଇଁ ବିଭିନ୍ନ ବିଭାଗର ସହଯୋଗ ଓ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଉନ୍ନୟନ କମିଶନର, ଏସଆରସି, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅଗ୍ନିଶମ ସେବା ଡିଜିଙ୍କ ସମେତ ୧୨ଟି ବିଭାଗର ସଚିବ ଯୋଗ ଦେଇଥିଲେ।

ପାଣିପାଗ ବିଭାଗର ଆକଳନ ଅନୁସାରେ ଚଳିତମାସ ୧୦ ତାରିଖ ସୁଦ୍ଧା ମୌସୁମୀ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି। ମୌସୁମୀ ଫେରିବାର ୪୫ଦିନ ମଧ୍ୟରେ ଓଡ଼ିଶାକୁ ବାତ୍ୟା ସମ୍ଭାବନା ରହିଥାଏ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।  

Tags: #imd #odisha #highlevelmeeting #mcbbsr #chiefsecretary #cyclonepreparedness

Comment