ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ ଅଛି କି? ତାହାଲେ ତୁରନ୍ତ ତାକୁ ବ୍ୟାଙ୍କରେ ବଦଳାଇ ଦିଅନ୍ତୁ। ନହେଲେ ଅଚଳ ହୋଇଯିବ ଆପଣଙ୍କ ଟଙ୍କା। କାରଣ ଅକ୍ଟୋବର ୭ ତାରିଖ ଶନିବାର ଦିନ ଶେଷ ହେଉଛି ୨ ହଜାର ଟଙ୍କିଆ ନୋଟ ବଦଳର ଅବଧି।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇ ପକ୍ଷରୁ ଚଳିତବର୍ଷ ମେ’ ୧୯ ତାରିଖରେ ୨ ହଜାର ଟଙ୍କିଆ ନୋଟ ଅଚଳ ହୋଇଯିବ ବୋଲି ଘୋଷଣା କରାଯାଇଥିଲା। ଏନେଇ ସେପ୍ଟେମ୍ବର ୩୦ ସୁଦ୍ଧା ବଜାରରେ ଥିବା ନୋଟକୁ ବ୍ୟାଙ୍କରେ ଫେରସ୍ତ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା।

କିନ୍ତୁ ସେପ୍ଟେମ୍ବର ୩୦ ସୁଦ୍ଧା ବଜାରରୁ ସମସ୍ତ ୨ ହଜାର ଟଙ୍କିଆ ନୋଟ ବ୍ୟାଙ୍କରେ ଫେରସ୍ତ ହୋଇପାରିନଥିଲା। ତେଣୁ ପରବର୍ତ୍ତୀ ସମୟରେ ନୋଟ ବଦଳର ସମୟସୀମାକୁ ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ଆରବିଆଇ, ଯାହାକି ଶନିବାର ଶେଷ ହେଉଛି।

Tags: #rbi #2000note #notebandi #shasikantadas

Comment