ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କାଠ ଫାଳିଆରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ସ୍ୱାମୀକୁ ଗିରଫ କରିଛି ପୋଲିସ। ଏହି ଅଭାବନୀୟ କାଣ୍ଡ ଘଟିଛି ଜୟପୁର ସହର ଡଙ୍ଗାଗୁଡ଼ାରେ। ଗିରଫ ଅଭିଯୁକ୍ତ ହେଉଛନ୍ତି ଭଗତ ହରିଜନ।

ଖାଇବା ଦେବାରେ ବିଳମ୍ବ ହେବାରୁ ରାଗି ଯାଇଥିଲେ ଭଗତ। ଏହାକୁ ନେଇ କୁସୁମା ହରିଜନ ଏବଂ ସ୍ଵାମୀ ଭଗତ ହରିଜନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଏକ କାଠ ଫାଳିଆ ଧରି ଭଗତ କୁସୁମାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ କୁସୁମାଙ୍କ ପୁଅ ଜୟପୁର ପୋଲିସକୁ ସୂଚନା ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ଭଗତ ହରିଜନଙ୍କୁ ଗିରଫ କରିଥିଲା। ପୋଲିସ୍ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ପୂର୍ବରୁ ଅଭିଯୁକ୍ତ ଭଗତ ପ୍ରଥମ ସ୍ତ୍ରୀଙ୍କୁ ହତ୍ୟା କରି ୧୫ ବର୍ଷ ଜେଲଦଣ୍ଡ ଭୋଗିଥିବା ଟାଉନ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ସୂଚନା ଦେଇଛନ୍ତି।

Tags: #Jeypure #koraput #murder #Policeinvestigation #arrest

Comment