ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ୩୭ତମ ନାସନାଲ ଗେମ୍ସ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ପ୍ରତିଯୋଗିତାରେ ପଦକ ବିଜେତା ଓଡ଼ିଆ ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ମିଳିବ। ଏନେଇ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ନାସନାଲ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଓଡ଼ିଆ ଖେଳାଳିଙ୍କ ପାଇଁ ୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ସେହିପରି ପ୍ରତିଯୋଗୀତର ରୌପ୍ୟ ବିଜେତାଙ୍କୁ ୩ ଲକ୍ଷ ଏବଂ ବ୍ରୋଞ୍ଜ ପଦକ ବିଜେତାଙ୍କ ପାଇଁ ୨ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି।

ନାସନାଲ ଗେମ୍ସ ପୂର୍ବରୁ ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଶାର ଖେଳାଳିମାନେ ପ୍ରତିଯୋଗିତା ପାଇଁ ଭଲ ପ୍ରଦର୍ଶନ କରିବା ପାଇଁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୯ ତାରିଖରେ ଗୋଆରେ ନାସନାଲ ଗେମ୍ସ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାରୁ ୩୦୦ ଜଣ ଖେଳାଳି ୩୭ଟି କ୍ରୀଡ଼ାରେ ଭାଗ ନେବେ।  

Tags: #NationalGames #Sports #OdiaPalyers #PrizeMoney #GovtofOdisha

Comment