ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ଯଦି କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୁଏ ନାହିଁ ଏବଂ ମସ୍ତିଷ୍କର କୋଷିକାଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରେ ନାହିଁ ତେବେ ଜଣେ ବ୍ୟକ୍ତି ବ୍ରେନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କ ପକ୍ଷାଘାତର ଶିକାର ହୋଇଥାନ୍ତି। ସେମାନେ ପୂର୍ବ ଭଳି କାର୍ଯ୍ୟ କହିପାରନ୍ତି ନାହିଁ। ତେଣୁ ବ୍ରେନ୍ ଷ୍ଟ୍ରୋକ୍ ପରେ ଆକ୍ରାନ୍ତଙ୍କର ବିଶେଷ ଭାବେ ଯତ୍ନ ନେବାର ଆବଶ୍ୟକତା ରହିଛି।

ପକ୍ଷାଘାତର ଶିକାର ହୋଇଥିବା ବ୍ୟକ୍ତି ପୂର୍ବ ପରି କାର୍ଯ୍ୟ କରିପାରନ୍ତି ନାହିଁ, କଥା କହିପାରନ୍ତି ନାହିଁ, ଭାଷାର ଆଦାନ ପ୍ରଦାନ କରିପାରନ୍ତି ନାହିଁ କିମ୍ବା ନିଜ କାମ ନିଜେ ମଧ୍ୟ କରିବାକୁ ସକ୍ଷମ ହୋଇପାରନ୍ତି ନାହିଁ। ତେଣୁ ଷ୍ଟ୍ରୋକ୍‌ ପରବର୍ତ୍ତୀ ପରିଚାଳନାର ବିଶେଷ ଗୁରୁତ୍ୱ ରହିଛି ବୋଲି ଡାକ୍ତର କୁହନ୍ତି।

ଷ୍ଟ୍ରୋକ୍ ଯୋଗୁଁ ପକ୍ଷାଘାତର ଶିକାର ହୋଇଥିବା ବ୍ୟକ୍ତି ଶୀଘ୍ର ସୁସ୍ଥ ହେବା ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେବାର ଆବଶ୍ୟକତା ରହିଛି। ପକ୍ଷାଘାତ ଆକ୍ରାନ୍ତ ସୁସ୍ଥ ହେବା ପାଇଁ ଡାକ୍ତରଙ୍କ ସହ ଫିଜିଓଥେରାପିଷ୍ଟ, ସ୍ପିଚ୍‌ ଥେରାପିଷ୍ଟ, ଅକୁପେସ୍‌ନାଲ ଥେରାପିଷ୍ଟ, ମାନସିକରୋଗ ବିଶେଷଜ୍ଞ ତଥା ମନସ୍ତତ୍ୱବିତ୍‌ ଏବଂ ପରିବାରର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ।

ତେବେ ବ୍ରେନ ଷ୍ଟ୍ରୋକ୍ ପରେ ଆକ୍ରାନ୍ତଙ୍କର ଯତ୍ନ କିପରି ନିଆଯିବ? ସେ ସମ୍ପର୍କରେ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ମାୟା ଗନ୍ତାୟତଙ୍କଠାରୁ ଅଧିକ ଜାଣିବା।

ବର୍ତ୍ତମାନ ସମୟରେ ସାରା ଦୁନିଆରେ ‘ଷ୍ଟ୍ରୋକ’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ଅଣ ସଂକ୍ରାମକ ରୋଗ କ୍ଷେତ୍ରରେ ‘ଷ୍ଟ୍ରୋକ’ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି। ଏ ବିଷୟରେ ଅଧିକ ସଚେତନତା ପାଇଁ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖକୁ ବିଶ୍ଵ ଷ୍ଟ୍ରୋକ ଦିବସ ଭାବେ ପାଳନ କରାଯାଉଛି।

ଚଳିତ ବର୍ଷ ‘ବିଶ୍ଵ ଷ୍ଟ୍ରୋକ ଦିବସ’ ଅବସରରେ ଓଡ଼ିଶାରେ ଏକ ବ୍ୟାପକ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ଯାହାର ନାଁ ରହିଛି ‘ଷ୍ଟ୍ରୋକ ମୁକ୍ତ ଜୀବନ’। ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଷ୍ଟ୍ରୋକ ସମ୍ପର୍କରେ ବିଶେଷ ସଚେତନତା ସୃଷ୍ଟି କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।

ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୬ରୁ ଆରମ୍ଭ ହୋଇ ଅକ୍ଟୋବର ୩୧ ତାରିଖ ଯାଏଁ ଚାଲିବ। ୧୫ ଦିନ ବ୍ୟାପି ହେବାକୁ ଥିବା କାର୍ଯ୍ୟକ୍ରମରେ ଷ୍ଟ୍ରୋକ ବାବଦରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯିବ। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଭିଡିଓ ପ୍ରସ୍ତୁତ କରାଯିବ। ଏଥିରେ ଷ୍ଟ୍ରୋକର କାରଣ, ଲକ୍ଷଣ ଏବଂ ନିରାକରଣ ଆଦି ବିଷୟ ଉପଲବ୍ଧ ରହିବ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵରସ୍ଥିତ ‘ଆଇସିଏମଆର-ଆରଏମଆରସି’, ‘ଇଣ୍ଡିଆନ୍ ପବ୍ଲିକ ହେଲ୍‌ଥ ଆସୋସିଏସନ୍’ ଏବଂ ‘ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ’ ନଲେଜ ପାର୍ଟନର ରହିଛନ୍ତି। ଏହାସହ ‘କେୟାର ହସ୍ପିଟାଲ’ କାର୍ଯ୍ୟକ୍ରମର ହେଲଥ କେୟାର ପାର୍ଟନର ରହିଛି।

Tags: #PostStrokeManagement #OccupationalTherapy #physiotherapy #Brainstroke #worldstrokeday#Doctorsadvice #treatment #odiahealthtips #Doctorsadvice #treatment

LEAVE A REPLY

Please enter your comment!
Please enter your name here