ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡ଼ା ଜିଲ୍ଲାରେ ଶନିବାର ଦିନ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ଲକ୍ଷ୍ମୀ ଯୋଜନା ଯାତାୟତ ବ୍ୟବସ୍ଥାରେ ରୂପାନ୍ତର ଆଣିବ। ଲୋକଙ୍କ ଜୀବନ ଗତିରେ ପ୍ରଗତି ଆଣିବ। ଏହି ଯୋଜନା ଗ୍ରାମାଞ୍ଚଳ ଲୋକଙ୍କ ସାମାଜିକ ଏବଂ ଆର୍ଥନୀତି ଅଭିବୃଦ୍ଧିରେ ସହାୟକ ହେବ। ଯାତାୟତ ପାଇଁ ଆଉ କାହାକୁ ହଇରାଣ ହରକତ ହେବାକୁ ପଡ଼ିବ ନାହିଁ। ଲକ୍ଷ୍ମୀ ବସ୍ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବ।”

ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଲକରେ ଏହି ବସ୍ ଯାତାୟତ କରିବାକୁ ଥିବାବେଳେ ୩୯ଟି ରୁଟରେ ପରିବହନ ସେବା ଯୋଗାଇବ ୫୨ଟି ଲକ୍ଷ୍ମୀ ବସ୍। ଏହା ଦ୍ଵାରା ଉପକୃତ ହେବେ ଜିଲ୍ଲାର ୯ ଲକ୍ଷରୁ ଅଧିକ ଲୋକ।

Tags: #Rayagada #LacMiYojana #TransportService #CMOdisha #NaveenPatnaik

LEAVE A REPLY

Please enter your comment!
Please enter your name here