ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଛି ‘ଏ ପ୍ଲସ’ ଗ୍ରେଡ ମାନ୍ୟତା। ନାକ୍ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। କିଛି ଦିନ ପୂର୍ବରୁ ନାକ୍‌ ଟିମ୍‌ ଗସ୍ତ କରି ଉତ୍କଳ ବିଶ୍ୱବିଦ୍ୟାଳୟକୁ ‘ଏ’ ଗ୍ରେଡ ମାନ୍ୟତା ଦିଆଯାଇଥିଲା। ଏହାକୁ ନେଇ ଅଭିଯୋଗ ହେବା ପରେ ପୁନର୍ବାର ଏହାର ଯାଞ୍ଚ କରାଯାଇ ଉତ୍କଳ ବିଶ୍ୱବିଦ୍ୟାଳୟକୁ ‘ଏ ପ୍ଲସ’ ଗ୍ରେଡ ମାନ୍ୟତା ପ୍ରଦାନ କରାଯାଇଛି।

ଗତ ୪ ବର୍ଷ ଧରି ଉତ୍କଳ ବିଶ୍ୱବିଦ୍ୟାଳୟ ଦେଶର ୧୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିଆସୁଛି। ଆଗକୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ‘ଏ ପ୍ଲସ ପ୍ଲସ’ ଗ୍ରେଡ ମାନ୍ୟତା ମିଳିବ ବୋଲି ଆଶାବ୍ୟକ୍ତ କରିଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି। ସେ କହିଛନ୍ତି ଆଗକୁ ସବୁ ବିଭାଗର ଉନ୍ନତି ପ୍ରତି ଧ୍ୟାନ ଦିଆଯିବ। ନୂଆ ଶିକ୍ଷା ନୀତିକୁ ଲାଗୁ କରାଯିବା ଫଳରେ ଛାତ୍ରଛାତ୍ରୀଙ୍କୁ ଅଧିକ ସୁବିଧା ମିଳିବ ବୋଲି କହିଛନ୍ତି କୁଳପତି। ପୂର୍ବରୁ ଗତ ମେ’ ମାସରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ମୋଟ ୩.୧୬ ପଏଣ୍ଟ ସହ ‘ଏ ଗ୍ରେଡ୍’ ମାନ୍ୟତା ମିଳିଥିଲା। ଏହାକୁ ଉଭୟ ରାଜ୍ୟ ସରକାର ଓ ଉତ୍କଳ ବିଶ୍ୱବିଦ୍ୟାଳୟକୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନା କରାଯାଇଥିଲା। ଏହା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୁନର୍ବାର ଉତ୍କଳ ବିଶ୍ୱବିଦ୍ୟାଳୟର ଯାଞ୍ଚ କରିବାକୁ ନାକ୍ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲା।

Tags: #UtkalUniversity #Education #A+Grade #NAAC

LEAVE A REPLY

Please enter your comment!
Please enter your name here