ଓଡ଼ିଶାଲାଇଭ୍ ବ୍ୟୁରୋ

ରବିବାରଠାରୁ କଟକର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଅଲ୍ଟିମେଟ୍ ଖୋଖୋ ଲିଗର ଦ୍ଵିତୀୟ ସଂସ୍କରଣ। ଓଡ଼ିଶା ଜଗରନଟ୍ସ ସହ ରାଜସ୍ଥାନ ୱାରିୟର୍ସ ମଧ୍ୟରେ ଖେଳାଯିବ ଲିଗର ଉଦଘାଟନୀ ମ୍ୟାଚ୍। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଟିକେଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି।

ଅଲ୍ଟିମେଟ୍ ଖୋଖୋ ଲିଗର ସିଇଓ ତେନଜିଂ ନିୟୋଗୀ ମୁଖ୍ୟମନ୍ତ୍ରୀଙ୍କୁ ଏହି ଟିକେଟ ପ୍ରଦାନ କରିଛନ୍ତି। ଲିଗର ପ୍ରଚାରପ୍ରସାର ତଥା ଏହାକୁ ଆହୁରି ଆକର୍ଷଣୀୟ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।    

“ଖୋଖୋ ଭଳି ଭାରତର ପାରମ୍ପରିକ ଖେଳର ବିକାଶ ହେବା ଆମ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ। ଅଲ୍ଟିମେଟ୍ ଖୋଖୋ ଲିଗ୍ ଏହି ଖେଳର ଉନ୍ନତି ସହ ଏହାର ପ୍ରଚାରପ୍ରସାର ପାଇଁ ସୁଯୋଗ ଆଣିଛି। ଓଡ଼ିଶାରେ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ସବୁ ଦଳର ଖେଳାଳି ଭଲ ଅନୁଭବ ପାଇବେ ବୋଲି ମୋର ଆଶା”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅଲ୍ଟିମେଟ୍ ଖୋଖୋ ଲିଗର ଦ୍ଵିତୀୟ ସଂସ୍କରଣରେ ଓଡ଼ିଶା ଜଗରନଟ୍ସ ସମେତ ଗୁଜରାଟ ଜାଏଣ୍ଟସ୍‌, ମୁମ୍ବାଇ ଖିଲାଡିସ୍‌, ଚେନ୍ନାଇ କୁଇକ୍‌ ଗନ୍ସ, ରାଜସ୍ଥାନ ୱାରିୟର୍ସ ଓ ତେଲଗୁ ଯୋଦ୍ଧାସ୍‌ ଭଳି ୬ଟି ଦଳ ପ୍ରତିଦ୍ଵନ୍ଦ୍ଵିତା କରିବେ। ଏହି ଦଳଗୁଡ଼ିକରେ ସାରା ଭାରତରୁ ୧୪୫ ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି।

୨୦୨୨ ମସିହାରେ ଅଲ୍ଟିମେଟ୍ ଖୋଖୋ ଲିଗର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ଜଗରନଟ୍ସ ଦଳ ଏଥିରେ ଚାମ୍ପିୟନ ହୋଇଥିଲା। ଏବେ ଏହାର ଦ୍ଵିତୀୟ ସଂସ୍କରଣ ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଜାନୁଆରି ୧୩ ତାରିଖ ଯାଏଁ ଚାଲିବ।

Tags: #UltimateKhoKho #KhoKholeague #CMNaveenPatnaik #Sports #Cuttack #OdishaforSports

LEAVE A REPLY

Please enter your comment!
Please enter your name here