ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳିଳା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାଁ। ଏବେ ଏହା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଭାବେ ଜଣାଯିବ।

କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ନାମରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ନାମରେ ନାମିତ କରାଯାଇଛି। ଏବେ ଏହା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣା ନାମରେ ପରିଚିତ ହେବ। ଏଥିଲାଗି ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି।

ସମୁଦାୟ ୫୦ଟି କଲେଜକୁ ନେଇ ଗତ ୨୦୨୦ ମସିହା ସେପ୍ଟେମ୍ବର ୧ ତାରିଖରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ନଭେମ୍ବର ପହିଲାରେ କଳାହାଣ୍ଡି ଗସ୍ତ ଆସିଥିବା ସମୟରେ ଏହି ବିଶ୍ୱବିଦ୍ୟାଳୟକୁ ମା’ ମାଣିକେଶ୍ୱରୀଙ୍କ ନାମରେ ନାମିତ କରିବା ପାଇଁ ଘୋଷଣା କରିଥିଲେ।

 Tags: #KalahandiUniversity #MaaManikeshwariUniversity #Rename #Education

Comment