ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଶନିବାର ହୋଇଥିବା ଏହି ଏନକାଉଣ୍ଟରରେ ତିନି ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ମାଓବାଦୀ ରହିଛନ୍ତି। ଘଟଣାସ୍ଥଳରୁ ଭାରିମାତ୍ରାରେ ବିସ୍ଫୋରକ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ ହୋଇଛି।

ବିଜାପୁରର ବାସାଗୁଡ଼ା ଥାନା ଅନ୍ତର୍ଗତ ବେଲମଗୁଟ୍ଟା ଜଙ୍ଗଲରେ ବହୁ ମାଓବାଦୀ ଏକାଠି ହୋଇଥିବା ନେଇ ସୂଚନା ମିଳିଥିଲା। ଖବର ମିଳିବା ପରେ ଡିଆରଜି ଓ ସିଆରପିଏଫ ଯବାନଙ୍କ ମିଳିତ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା।

କୁମ୍ବିଂ ଅପରେସନ ଚାଲୁଥିବାବେଳେ ସୁରକ୍ଷାକର୍ମୀମାନେ ମାଓବାଦୀଙ୍କ ସୁରାକ ପାଇଥିଲେ। ଏହାପରେ ଜଙ୍ଗଲରେ କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ତିନି ଜଣ ମାଓବାଦୀ ପ୍ରାଣ ହରାଇଥିଲେ।

ଏହାପରେ ଅନ୍ୟ ମାଓବାଦୀମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ। ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରୁ ବନ୍ଧୁକ, ଔଷଧ ଓ ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ। ଏବେ ଗୁଳି ବିନିମୟ ବନ୍ଦ ହୋଇଥିଲେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ବିଜାପୁର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Tags: #Police-MaoistEncounter #Bijapur #MaoistCamp #Chhattisgarh

LEAVE A REPLY

Please enter your comment!
Please enter your name here