ଓଡ଼ିଶାଲାଇଭ୍ ବ୍ୟୁରୋ

  • ବିଜୟପାଲ ସିଂହ ତୋମର ହେଲେ ଓଡ଼ିଶା ବିଜେପିର ନୂଆ ପ୍ରଭାରୀ
  • ଲତା ଉସେଣ୍ଡି ରାଜ୍ୟ ବିଜେପି ସହ ପ୍ରଭାରୀ
  • ବୈଜୟନ୍ତ ପଣ୍ଡାଙ୍କୁ ଉତ୍ତରପ୍ରଦେଶ ବିଜେପି ପ୍ରଭାରୀ ଭାବେ ଦାୟିତ୍ଵ

ଆଗାମୀ ଲୋକସଭା ନିର୍ବାଚନ ପାଇଁ ରଣନୀତି ଆରମ୍ଭ କରିଛି ବିଜେପି। ଏହି ପରିପ୍ରେକ୍ଷୀରେ ଶନିବାର ଦଳ ପକ୍ଷରୁ ଦେଶର ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରଭାରୀ ଓ ସହ ପ୍ରଭାରୀଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଶା ବିଜେପି ପ୍ରଭାରୀ ଭାବେ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ବିଜୟପାଲ ସିଂହ ତୋମରଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାସହ ଲତା ଉସେଣ୍ଡିଙ୍କୁ ଓଡ଼ିଶା ବିଜେପି ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।

ସେହିପରି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିବା ବୈଜୟନ୍ତ ପଣ୍ଡାଙ୍କୁ ଉତ୍ତରପ୍ରଦେଶର ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି। ନୂଆ ପ୍ରଭାରୀଙ୍କୁ ନେଇ ବିଚାର ବିମର୍ଶ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସେମାନଙ୍କୁ ଦାୟିତ୍ଵ ଦେଇଛନ୍ତି।     

ତେବେ ଅନ୍ୟ ରାଜ୍ୟର ପ୍ରଭାରୀ ଓ ସହ ପ୍ରଭାରୀମାନେ ହେଲେ

  • ପଶ୍ଚିମବଙ୍ଗ – ମଙ୍ଗଳ ପାଣ୍ଡେ (ପ୍ରଭାରୀ), ଅମିତ ମାଲବୀୟ ଓ ଆଶା ଲକଡା (ସହ ପ୍ରଭାରୀ)
  • ଉତ୍ତରାଖଣ୍ଡ – ଦୁଷ୍ୟନ୍ତ ଗୌତମ
  • ତାମିଲନାଡୁ –  ଅରବିନ୍ଦ ମେନନ (ପ୍ରଭାରୀ), ସୁଧାକର ରେଡ୍ଡୀ (ସହ ପ୍ରଭାରୀ)
  • ସିକ୍କିମ – ଦିଲ୍ଲୀପ ଜୟସ୍ଵାଲ
  • ପଞ୍ଜାବ – ବିଜୟ ରୁପାଣି (ପ୍ରଭାରୀ), ଡକ୍ଟର ନରିନ୍ଦର ସିଂହ (ସହ ପ୍ରଭାରୀ)
  • ମଧ୍ୟପ୍ରଦେଶ – ମହେନ୍ଦ୍ର ସିଂହ (ପ୍ରଭାରୀ), ସତୀଶ ଉପାଧ୍ୟାୟ (ସହ ପ୍ରଭାରୀ)
  • କେରଳ – ପ୍ରକାଶ ଜାଭଡେକର
  • କର୍ଣ୍ଣାଟକ – ରାଧାମୋହନ ଦାସ ଅଗ୍ରୱାଲ (ପ୍ରଭାରୀ), ସୁଧାକର ରେଡ୍ଡୀ (ସହ ପ୍ରଭାରୀ)
  • ହିମାଚଳ ପ୍ରଦେଶ – ଶ୍ରୀକାନ୍ତ ଶର୍ମା (ପ୍ରଭାରୀ), ସଞ୍ଜୟ ଟଣ୍ଡନ (ସହ ପ୍ରଭାରୀ)
  • ହରିୟାଣା – ବିପ୍ଳବ ଦେବ (ପ୍ରଭାରୀ), ସୁରେନ୍ଦ୍ର ନାଗର (ସହ ପ୍ରଭାରୀ)
  • ଜମ୍ମୁ କଶ୍ମୀର – ତରୁଣ ଚୁଘ (ପ୍ରଭାରୀ), ଆଶିଷ ସୁଦ (ସହ ପ୍ରଭାରୀ)
  • ଅରୁଣାଚଳ ପ୍ରଦେଶ – ଅଶୋକ ସିଙ୍ଘଲ
  • ବିହାର – ବିନୋଦ ତାୱଡେ (ପ୍ରଭାରୀ), ଦୀପକ ପ୍ରକାଶ (ସହ ପ୍ରଭାରୀ)
  • ଗୋଆ – ଆଶିଷ ସୁଦ
  • ଝାଡ଼ଖଣ୍ଡ – ଲକ୍ଷ୍ମୀକାନ୍ତ ବାଜପେୟୀ
  • ଆଣ୍ଡାମନ ଓ ନିକୋବର – ୱାଇ ସତ୍ୟ କୁମାର
  • ଚଣ୍ଡିଗଡ଼ – ବିଜୟ ରୁପାଣି
  • ଦାମନ ଓ ଡିୟୁ – ପୂର୍ଣ୍ଣେଶ ମୋଦୀ (ପ୍ରଭାରୀ), ଦୂଷ୍ୟନ୍ତ ପଟେଲ (ସହ ପ୍ରଭାରୀ)
  • ଲଦାଖ – ତରୁଣ ଚୁଘ
  • ଲକ୍ଷଦୀପ – ଅରବିନ୍ଦ ମେନନ
  • ପୁଡ୍ଡୁଚେରୀ – ନିର୍ମଳ କୁମାର ସୁରଣା

Tags: #BJP #ElectionIn-Charge #States #IndianGeneralElections #Politics #Odisha #India

LEAVE A REPLY

Please enter your comment!
Please enter your name here