ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ର ଖେଳସୂଚୀ ଗୁରୁବାର ପ୍ରକାଶ ପାଇଛି। ମାର୍ଚ୍ଚ ୨୨ ତାରିଖରେ ଚେନ୍ନାଇର ଏମଏ ଚଦାମ୍ବରମ ଷ୍ଟାଡିୟମରେ ଆଇପିଏଲର ୧୭ତମ ସଂସ୍କରଣର ଉଦଘାଟନୀ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିରେ ଡିଫେଣ୍ଡିଂ ଚାମ୍ପିୟନ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ମୁହାଁମୁହିଁ ହେବେ।

ତେବେ ଆଇପିଏଲ୍ ୨୦୨୪ ପାଇଁ ଜାରି ହୋଇଥିବା ଖେଳସୂଚୀରେ କେବଳ ପ୍ରଥମ ୨୧ଟି ମ୍ୟାଚର ତାଲିକା ରହିଛି। ଏହି ମ୍ୟାଚଗୁଡ଼ିକ ମାର୍ଚ୍ଚ ୨୨ରୁ ଏପ୍ରିଲ ୭ ତାରିଖ ମଧ୍ୟରେ ଖେଳାଯିବ।

ଚଳିତ ବର୍ଷ ଦେଶରେ ସାଧାରଣ ନିର୍ବାଚନ ରହିଛି। ତେବେ ନିର୍ବାଚନ ତାରିଖ ଘୋଷଣା ହେବାପରେ ବାକି ମ୍ୟାଚଗୁଡ଼ିକର ସ୍ଥାନ ଓ ତାରିଖ ଜାରି କରାଯିବ। ସାଧାରଣ ନିର୍ବାଚନ ସତ୍ତ୍ୱେ ଆଇପିଏଲ୍ ୨୦୨୪କୁ ସମ୍ପୂର୍ଣ୍ଣ ଭାବେ ଭାରତରେ କରିବାକୁ ଯୋଜନା କରାଯାଇଛି।

Tags: #IPL2024 #MatchSchedule #T20Cricket #Sports #India

Comment