ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏବେ ହାଲୁକା ବର୍ଷା ହେଉଥିବାବେଳେ ଆଗକୁ ଖରା ବଢ଼ିବାକୁ ଯାଉଛି। ତେବେ ୩ରୁ ୪ଦିନ ମଧ୍ୟରେ ଦିନର ତାପମାତ୍ରା ଧୀରେ ଧୀରେ ୪ରୁ ୬ ଡ଼ିଗ୍ରୀ ଯାଏଁ ବଢ଼ିବାର ସମ୍ଭାବନା ରହିଛି। ଖାସକରି ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଅଧିକ ଗରମ ଅନୁଭୂତ ହେବ। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏବେ ଓଡ଼ିଶା ଉପରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରିବା ଫଳରେ ବର୍ଷା ହେଉଛି। ଶନିବାର ଉପକୂଳ ଓଡ଼ିଶା ସମେତ ପାର୍ଶ୍ଵବର୍ତ୍ତୀ ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପଟେ ମାର୍ଚ୍ଚ ୧୦ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିବ। ଏହାରି ମଧ୍ୟରେ ତାପମାତ୍ରା ଧୀରେ ଧୀରେ ବଢ଼ିବାକୁ ଆରମ୍ଭ କରିବ।  

ଅନ୍ୟପଟେ ଗତ ୩୬ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରେ ୩୫ ମିଲିମିଟର, କଟକରେ ୩୦.୨ ମିଲିମିଟର, ଢେଙ୍କାନାଳରେ ୧୬.୨ ମିଲିମିଟର, ତାଳଚେରରେ ୧୫ ମିଲିମିଟର ଏବଂ  ଭୁବନେଶ୍ଵରରେ ୧୦.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Tags: #Summer #HeatWave #TempreatureRise #Rain #Weather #Odisha

Comment