ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଭିନ୍ନ ସରକାରୀ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା କନିଷ୍ଠ ଶିକ୍ଷକମାନଙ୍କ ଦରମା ବୃଦ୍ଧି ହୋଇଛି। ସେମାନେ ଏବେ ମାସିକ ୧୩ ହଜାର ୮୦୦ ଟଙ୍କା ପରିବର୍ତ୍ତେ ୨୦ ହଜାର ଟଙ୍କା ଦରମା ପାଇବେ। ଏହାଦ୍ଵାରା ରାଜ୍ୟରେ କାର୍ଯ୍ୟରତ ୧୨ ହଜାର ୭୮୪ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଯେଉଁ କନିଷ୍ଠ ଶିକ୍ଷକମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି ସେମାନଙ୍କୁ ବର୍ଦ୍ଧିତ ଦରମା ମିଳିବ। ଏହା ୨୦୨୪ ଜାନୁଆରି ମାସରୁ ପିଛିଲା ଭାବେ ଲାଗୁ ହେବ। ଏଥିପାଇଁ ବାର୍ଷିକ ୯୫ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବ।

ଦରମା ବୃଦ୍ଧି କରିବା ନେଇ କନିଷ୍ଠ ଶିକ୍ଷକମାନେ ଅନେକ ଦିନରୁ ଦାବି କରି ଆସୁଥିଲେ। ଏବେ ରାଜ୍ୟ ସରକାର ଏହି ପ୍ରସ୍ତାବକୁ ବିଚାରକୁ ନେଇ ଏହାକୁ ଅନୁମୋଦନ କରିଛନ୍ତି।

Tags: #JuniorTeachers #SalaryIncrement #Schools #Education #SMEOdisha

LEAVE A REPLY

Please enter your comment!
Please enter your name here