ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଅଧିନସ୍ଥ ନାସନାଲ କାଉନସିଲ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ କ୍ୟାଟରିଂ ଟେକ୍ନୋଲୋଜି(ଏନସିଏଚଏମସିଟି) ପକ୍ଷରୁ ହସ୍ପିଟାଲିଟି ଓ ହୋଟେଲ ଆଡମିନଷ୍ଟ୍ରେସନ ପାଠ୍ୟକ୍ରମରେ ପଢ଼ିବା ଲାଗି ସୁଯୋଗ ରହିଛି। ଏନେଇ ଅନୁଷ୍ଠାନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁସାରେ ଏନସିଏଚଏମସିଟି ପକ୍ଷରୁ ୨ ବର୍ଷିଆ ଏମ୍.ଏସସି. ହସ୍ପିଟାଲିଟି ଆଡମିନଷ୍ଟ୍ରେସନ (୨୦୨୪-୨୬ ବ୍ୟାଚ୍) ଏବଂ ୩ ବର୍ଷିଆ ବି.ଏସସି. ହସ୍ପିଟାଲିଟି ଓ ହୋଟେଲ ଆଡମିନଷ୍ଟ୍ରେସନ (୨୦୨୪-୨୭ ବ୍ୟାଚ୍) ପାଇଁ ନାମଲେଖା ହେବ।

ବି.ଏସସି. ହସ୍ପିଟାଲିଟି ଓ ହୋଟେଲ ଆଡମିନଷ୍ଟ୍ରେସନ ପାଠ୍ୟକ୍ରମ ପାଇଁ ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ରହିଛି। ସେହିପରି ଏମ୍.ଏସସି. ହସ୍ପିଟାଲିଟି ଆଡମିନଷ୍ଟ୍ରେସନ ପାଠ୍ୟକ୍ରମ ପାଇଁ ଏପ୍ରିଲ ୩୦ ତାରିଖ ଯାଏଁ ଆବେଦନ କରିହେବ।

ଆପଣମାନେ ଏହି ସବୁ ପାଠ୍ୟକ୍ରମ ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।

ଯୋଗ୍ୟତା

  • ବି.ଏସସି. ହସ୍ପିଟାଲିଟି ଓ ହୋଟେଲ ଆଡମିନଷ୍ଟ୍ରେସନ ପାଇଁ ପ୍ରାର୍ଥୀମାନେ ଅତି କମରେ ଯୁକ୍ତ ୨ କିମ୍ବା ହୋଟେଲ ମ୍ୟାନେଜମେଣ୍ଟରେ ଡିପ୍ଲୋମା କରିଥିବା ଆବଶ୍ୟକ
  • ଏମ୍.ଏସସି. ହସ୍ପିଟାଲିଟି ଆଡମିନଷ୍ଟ୍ରେସନ ପାଇଁ ପ୍ରାର୍ଥୀମାନେ ହୋଟେଲ ମ୍ୟାନେଜମେଣ୍ଟ କିମ୍ବା ଯେକୌଣସି ବିଷୟରେ ୫୫ ପ୍ରତିଶତ ନମ୍ବର ରଖି ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ  

ଚୟନ ପ୍ରକ୍ରିୟା  

  • ପ୍ରଥମେ ପ୍ରାର୍ଥୀମାନଙ୍କୁ ଏକ ପ୍ରବେଶିକ ପରୀକ୍ଷା ଦେବାକୁ ହେବ
  • ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କ କାଉନସେଲିଂ କରାଯିବ
  • ଏହାପରେ ପାଠ୍ୟକ୍ରମ ପାଇଁ ଚୟନ ପ୍ରାର୍ଥୀମାନଙ୍କ ତାଲିକା ଏନସିଏଚଏମସିଟିର ୱେବସାଇଟରେ ବାହାରିବ
  • ଶେଷରେ ମେରିଟ୍ ଲିଷ୍ଟ ଅନୁସାରେ ପ୍ରାର୍ଥୀମାନେ ଭାରତର ବିଭିନ୍ନ ରାଜ୍ୟରେ ଥିବା ଇନଷ୍ଟିଚ୍ୟୁଟ ଅଫ୍ ହୋଟେଲ ମ୍ୟାନେଜମେଣ୍ଟରେ (ଆଇଏଚଏମ) ନାମଲେଖାଇ ପାରିବେ।   

କେମିତି କରିବେ ଆବେଦନ

  • ଏନସିଏଚଏମସିଟିର ୱେବସାଇଟ୍ www.nchm.gov.inକୁ ଯାଆନ୍ତୁ
  • ୱେବସାଇଟ୍  ଭିତରେ ‘କ୍ୟାରିୟର’ ଅପ୍ସକୁ କ୍ଲିକ କରନ୍ତୁ
  • ଏହାପରେ ସେଠାରେ ନିଜର ରେଜିଷ୍ଟ୍ରେସନ କରନ୍ତୁ
  • ରେଜିଷ୍ଟ୍ରେସନ ପରେ ‘ଲଗ ଇନ’ କରି ପାଠ୍ୟକ୍ରମ ପାଇଁ ଫର୍ମ ପୂରଣ କରନ୍ତୁ
  • ଫର୍ମ ପୂରଣ ସମୟରେ ନିଜ ପ୍ରିଫରେନ୍ସର ଆଇଏଚଏମ ଅନୁଷ୍ଠାନକୁ ବାଛନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ବି.ଏସସି. ହସ୍ପିଟାଲିଟି ଓ ହୋଟେଲ ଆଡମିନଷ୍ଟ୍ରେସନ (୨୦୨୪-୨୭ ବ୍ୟାଚ୍) ପାଇଁ ଆସନ୍ତା ମେ’ ମାସ ୧୧ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଏମ୍.ଏସସି. ହସ୍ପିଟାଲିଟି ଆଡମିନଷ୍ଟ୍ରେସନ (୨୦୨୪-୨୬ ବ୍ୟାଚ୍) ପାଇଁ ପ୍ରବେଶିକା ପରୀକ୍ଷା ମେ’ ମାସ ୧୮ ତାରିଖରେ ହେବ।  

ଏହି ଦୁଇଟି ପାଠ୍ୟକ୍ରମରେ ନାମଲେଖା ପାଇଁ ହେବାକୁ ଥିବା କାଉନସେଲିଂ ଅୟନ ୨୦୦୦ ଟଙ୍କା ରେଜିଷ୍ଟ୍ରେସନ ଫି ଧାର୍ଯ୍ୟ କରାଯାଇଛି। କାଉନସେଲିଂ ପରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ଆଇଏଚଏମରେ ନାମଲେଖା ସମୟରେ ୨୦ ହଜାର ଟଙ୍କା ଆଡମିସନ ଫି’ ଦାଖଲ କରିବାକୁ ପଡ଼ିବ।    

ଉଭୟ ଡିଗ୍ରୀ ପାଠ୍ୟକ୍ରମ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ (ଜେଏନୟୁ) ଦ୍ଵାରା ସ୍ଵୀକୃତିପ୍ରାପ୍ତ। ଏହି ପାଠ୍ୟକ୍ରମ ମାଧ୍ୟମରେ ହସ୍ପିଟାଲିଟି କ୍ଷେତ୍ରରେ ପ୍ରାର୍ଥୀମାନଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ସଂସ୍ଥାରେ ଭଲ ପଦବୀରେ ନିଯୁକ୍ତି ମିଳିପାରିବ।  

Tags: #NCHMCT #Hospitality&HotelManagement #IHM #Education #MinistryofTourism

Comment