ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଲୋକସଭା ଏବଂ ବିଧାନସଭା ଆସନ ଲାଗି ପୁଣି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି। ବୁଧବାର ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି। ସେହିପରି ବିଧାନସଭା ଆସନ ଲାଗି ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।

ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୨୭ଟି ବିଧାନସଭା ଆସନ ଏବଂ ୫ଟି ଲୋକସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଏହା ପୂର୍ବରୁ ବିଜେଡିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯାଇଥିଲା। ସେହିପରି ଲୋକସଭା ଆସନ ଲାଗି ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ପାର୍ଥୀଙ୍କ ତାଲିକା ଘୋଷଣା କରାଯାଇଥିଲା।

ଆଜି ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିବା ଭୃଗୁ ବକ୍ସିପାତ୍ରଙ୍କୁ ବ୍ରହ୍ମପୁର ଲୋକସଭା ଆସନ ଲାଗି ପ୍ରାର୍ଥୀ କରିଛି ବିଜେଡି।

ବିଜେଡିର ଲୋକସଭା ପ୍ରାର୍ଥୀ

ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର

ବରଗଡ଼- ପରିନୀତା ମିଶ୍ର

ବଲାଙ୍ଗିର- ସୁରେନ୍ଦ୍ର ସିଂ ଭୋଇ

ଭଦ୍ରକ- ମଞ୍ଜୁଲତା ମଣ୍ଡଳ

କେନ୍ଦୁଝର- ଧନୁର୍ଜୟ ସିଦ୍ଧୁ

କିଏ କେଉଁଠୁ ବିଜେଡିର ବିଧାନସଭା ପ୍ରାର୍ଥୀ?

ବ୍ରଜରାଜନଗର- ଅଳକା ମହାନ୍ତି

ଝାରସୁଗୁଡ଼ା- ଦୀପାଳି ଦାସ

ଭୁବନେଶ୍ଵର ଉତ୍ତର- ସୁଶାନ୍ତ ରାଉତ

ଏକାମ୍ର ଭୁବନେଶ୍ଵର- ଅଶୋକ ଚନ୍ଦ୍ର ପଣ୍ଡା

ମାହାଙ୍ଗା- ଅଙ୍କିତ ପ୍ରତାପ ଜେନା

ତିର୍ତ୍ତୋଲ- ରମାକାନ୍ତ ଭୋଇ

ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି

ଆସିକା- ମଞ୍ଜୁଳା ସ୍ଵାଇଁ

ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ

ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ

ମୋହନା- ଅନ୍ତର୍ଯ୍ୟାମୀ ଗମାଙ୍ଗ

ବଣାଇ- ଭୀମସେନ ଚୌଧୁରୀ

ପଟାଙ୍ଗୀ- ପ୍ରଫୁଲ୍ଲ ପାଙ୍ଗି

ବାରିପଦା- ସାନନ୍ଦ ମାରାଣ୍ଡି

ତଳସରା- ବିଜୟ ଟପ୍ପୋ

ସୁନ୍ଦରଗଡ଼- ଯୋଗେଶ ସିଂହ

ରାଜଗାଙ୍ଗପୁର- ଅନୀଲ ବାର୍ଲା

ବଣାଇ- ଭୀମସେନ ଚୌଧୁରୀ

ଯଶୀପୁର- ଚକ୍ରଧର ହେମ୍ବ୍ରମ

ଉଦଳା- ଶ୍ରନାଥ ସୋରେନ

ମୋରଡ଼ା- ପ୍ରୀତିନନ୍ଦା କାନୁନଗୋ

ସୋର- ମାଧବ ଧଡ଼ା

ଖଲ୍ଲିକୋଟ- ସୂର୍ଯ୍ୟମଣି ବୈଦ୍ୟ

ଫୁଲବାଣୀ- ଜୟଶ୍ରୀ କହଁର

ବଡ଼ସାହି- ଅନସୂୟା ପାତ୍ର

ଖଡ଼ିଆଳ- ଅଧିରାଜ ପାଣିଗ୍ରାହୀ

ଆଠମଲ୍ଲିକ- ନଳିନୀ ପ୍ରଧାନ

ପୁଣି ଥରେ ଅଳକା ମହାନ୍ତି ଏବଂ ଦୀପାଳି ଦାସଙ୍କୁ ବିଧାନସଭା ନିର୍ବାଚନ ଲାଗି ସୁଯୋଗ ମିଳିଛି। ସେହିପରି ଭୁବନେଶ୍ଵର ଉତ୍ତରରୁ ସୁଶାନ୍ତ ରାଉତ ଏବଂ ଏକାମ୍ର ଭୁବନେଶ୍ଵରରୁ ପୁଣି ରିପିଟ ହୋଇଛନ୍ତି ଅଶୋକ ଚନ୍ଦ୍ର ପଣ୍ଡା। ଏହି ପର୍ଯ୍ୟାୟରେ ଅନେକ ଆଶାୟୀଙ୍କ ଟିକେଟ କଟିଛି।

Tags: #Politics #Odishapolitics #Odisha #BJD ##Election #LokSabhaElection #AssemblyElection #GeneralElection2024

Comment