ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନ ପୂର୍ବରୁ ଲାଗି ରହିଛି ଇସ୍ତଫା ଏବଂ ମିଶ୍ରଣ ପର୍ବ। ଶୁକ୍ରବାର ଦିନ ବିଜେପିର ମିଶ୍ରଣ ପର୍ବରେ ଶାମିଲ ହୋଇଛନ୍ତି କଂଗ୍ରେସର ପୂର୍ବତନ ଯୁବ ନେତା ରଜତ ଚୌଧୁରୀ ଏବଂ ବିଶ୍ଵଭୂଷଣ ଦାସ ଓ ବିଜେଡିରୁ ଆସିଥିବା ଅମରେନ୍ଦ୍ର ଦାସ।

ପୂର୍ବତନ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ ଓ ପୂର୍ବତନ ପିସିସି ଉପସଭାପତି ବିଶ୍ୱଭୂଷଣ ଦାସ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଦଳ ପକ୍ଷରୁ ଯେଉଁ ଦାୟିତ୍ଵ ଦିଆଯିବ ତାକୁ ନିଷ୍ଠାର ସହ ପାଳନ କରିବେ ବୋଲି ଦୁଇ ନେତା କହିଛନ୍ତି।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ସେମାନେ ଦଳରେ ଯୋଗ ଦେଇଛନ୍ତି। ନିଜ ସମର୍ଥକଙ୍କ ଗହଣରେ ବିଜେପି ରାଜ୍ୟ ମୁଖ୍ୟାଳୟରେ ପହଞ୍ଚି ଦଳରେ ସାମିଲ ହୋଇଛନ୍ତି ତିନି ଯୁବ ନେତା।

କିଛି ଦିନ ପୂର୍ବରୁ ରଜତ ଚୌଧୁରୀ କଂଗ୍ରେସରୁ ଇସ୍ତଫା ଦେଇଥିବାବେଳେ ଶୁକ୍ରବାର ଦିନ କଂଗ୍ରେସ ଛାଡ଼ିଥିଲେ ବିଶ୍ଵଭୂଷଣ ଦାସ।

ସେହିପରି ବିଜେଡିରୁ ଇସ୍ତଫା ଦେଇଥିବା ଜଗତସିଂହପୁରର ଯୁବ ନେତା ଅମରେନ୍ଦ୍ର ଦାସ ଶୁକ୍ରବାର ଦିନ ବିଜେପିରେ ଯୋଗ ଦେଇଛନ୍ତି। ଅମରେନ୍ଦ୍ର ବିଜେଡିର ଜିଲ୍ଲା ସଭାପତି ଥିଲେ। ଜଗତସିଂହପୁର ବିଧାନସଭା ଆସନ ଲାଗି ଅମରେନ୍ଦ୍ର ଟିକେଟ ଆଶାୟୀ ଥିଲେ। ସେହି ଆସନରେ ପ୍ରଶାନ୍ତ ମୁଦୁଲିଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ଦଳରୁ ଇସ୍ତଫା ଦେଇଥିଲେ ଅମରେନ୍ଦ୍ର।

Tags: #Politics #OdishaPolitics #Election #GeneralElection2024 #BJP #BJD #Congress

LEAVE A REPLY

Please enter your comment!
Please enter your name here