ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କ ତାଲିକାରୁ ବାଦ ପଡ଼ିଛି ବିଜେଡି ନେତା ଭି କେ ପାଣ୍ଡିଆନ। ରାଜ୍ୟରେ ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବାରୁ ସେ କୌଣସି ସରକାରୀ ସୁବିଧା ପାଇପାରିବେ ନାହିଁ। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ୱେବସାଇଟରେ ଥିବା ଅଧିକାରୀଙ୍କ ତାଲିକାରୁ ତାଙ୍କ ନାଁ ବାଦ ଦିଆଯାଇଛି।

ରାଜନୈତିକ ଦଳରେ ଥାଇ ଭି କେ ପାଣ୍ଡିଆନ କିଭଳି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରହିଛନ୍ତି ବୋଲି ରାଜ୍ୟ ବିଜେପି ପକ୍ଷରୁ ଆପତ୍ତି କରାଯାଇଥିଲା। ଏନେଇ ଦଳ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା। ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ୱେବସାଇଟରେ ଥିବା ଅଧିକାରୀଙ୍କ ତାଲିକାରୁ ଭି କେ ପାଣ୍ଡିଆନଙ୍କ ନାଁ ହଟାଇ ଦିଆଯାଇଥିବା ବିଜେପି ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

୨୦୨୩ ନଭେମ୍ବର ମାସରେ ସରକାରୀ ଚାକିରି ଛାଡ଼ି ବିଜେଡିର ସଦସ୍ୟତା ଗ୍ରହଣ କରିଥିଲେ ଭି କେ ପାଣ୍ଡିଆନ। ଏହାପରେ ତାଙ୍କୁ ରାଜ୍ୟ ସରକାର ୫-ଟି ଏବଂ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ ନିଯୁକ୍ତି ଦେଇଥିଲେ। 

ତେବେ ଭି କେ ପାଣ୍ଡିଆନ ପ୍ରତ୍ୟକ୍ଷ ରାଜନୀତିରେ ରହି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିବା ଯୋଗୁଁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେଉଥିବା ଅଭିଯୋଗରେ ବିଜେପି ରାଜ୍ୟ ସରକାରଙ୍କୁ ଘେରିଥିଲା। ଏନେଇ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ ଏକ ସାମ୍ବାଦିକ ସମ୍ମିଳନୀରେ ଆପତ୍ତି ଉଠାଇଥିଲେ। ଏହାପରେ ଦଳ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା।      

ତେବେ ଏହି ମାମଲାରେ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

Tags: #KartikPandian #CmOffice #ECI #BJD #BJP #Politics #Odisha

LEAVE A REPLY

Please enter your comment!
Please enter your name here