ଓଡ଼ିଶାଲାଇଭ୍ ବ୍ୟୁରୋ

କିଛିଦିନର ବର୍ଷା ପରେ ଓଡ଼ିଶାରେ ପୁଣି ବଢ଼ିବାକୁ ଯାଉଛି ଗ୍ରୀଷ୍ମ ପ୍ରବାହ। ଆଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାର କରିବା ସହ ଅଧିକ ଗୁଳୁଗୁଳି ହେବାର ସମ୍ଭାବନା ରହିଛି। ଏଥିପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହିଟୱେଭ୍ ସତର୍କତା ଜାରି କରାଯାଇଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଏପ୍ରିଲ ୧୪ ତାରିଖରୁ ଖରା ବଢ଼ିବାର ସମ୍ଭାବନା ରହିଛି। ତେବେ ହିଟ୍ ୱେଭ୍ ପାଇଁ ଏପ୍ରିଲ ୧୫ ଓ ୧୬ ତାରିଖରେ ବିଭିନ୍ନ ଜିଲ୍ଲାରେ ସର୍ତକତା ଜାରି କରାଯାଇଛି।

ଏପ୍ରିଲ ୧୫ ତାରିଖରେ ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, କୋରାପୁଟ ଓ ମାଲକାନଗିରି ଭଳି ୬ଟି ଜିଲ୍ଲାରେ ପ୍ରବଳ ଖରା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଯାଇଛି। ସେହିପରି ୧୬ ତାରିଖରେ ରାଜ୍ୟର ୧୩ଟି ଜିଲ୍ଲାରେ ହିଟ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହିସବୁ ଜିଲ୍ଲା ମଧ୍ୟରେ କନ୍ଧମାଳ, କୋରାପୁଟ, ମାଲକାନଗିରି, ଅନୁଗୁଳ, ଢେଙ୍କାନାଳ, କଟକ, ବୌଦ୍ଧ, ମୟୂରଭଞ୍ଜ, ନୟାଗଡ଼, ବାଲେଶ୍ଵର, ଭଦ୍ରକ, କେନ୍ଦୁଝର ଓ ଯାଜପୁର ସାମିଲ ଅଛି।

ଏବେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ ସହ ତାପମାତ୍ରା ବଢ଼ୁଥିବା ଦେଖିବାକୁ ମିଳୁଛି। ତେବେ ଆଗକୁ ଅସହ୍ୟ ଖରା ଓ ଗୁଳୁଗୁଳି ଶରୀର ପାଇଁ ଘାତକ ହୋଇପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ କରାଇଛି।

Tags: #HeatWave #Summer #Weather #MCBBSR #Odisha

LEAVE A REPLY

Please enter your comment!
Please enter your name here