ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ବିଧାୟକ ଦେବାଶିଷ ନାୟକ। ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାର ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଶନିବାର ଦିନ ଦଳରେ ଯୋଗ ଦେଇଛନ୍ତି।  

ଗତ ଫେବ୍ରୁଆରି ୨୫ ତାରିଖରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ଦେବାଶିଷ ନାୟକ। ପୁଣି ୩ ମାସ ନପୂରୁଣୁ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି। ବରୀ ବିଧାନସଭା ଆସନରୁ ବିଜେପି ଟିକେଟ ପାଇବାକୁ ଆଶା ରଖିଥିଲେ ଦେବାଶିଷ ନାୟକ। ଟିକେଟ ମିଳିନଥିବାରୁ ସେ ବିଜେପି ଛାଡ଼ି ଏବେ ହାତ ଧରିଛନ୍ତି।

ଦେବାଶିଷ ନାୟକ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡି ଟିକେଟରେ ବରୀରୁ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। କିନ୍ତୁ ୨୦୧୯ରେ ତାଙ୍କୁ ଦଳ ଟିକେଟ ଦେଇ ନଥିଲା। ଚଳିତ ଥର ଟିକେଟ ପାଇବାର ସମ୍ଭାବନା ନଥିବାରୁ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ।

Tags: #Politics #OdishaPolitics #AssemblyElections2024 #Odisha #BJD #BJP #Congress #BariAssemblyElection #DebasishNayak

Comment