ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶାଳ ରୋଡ ସୋ’। ଆସନ୍ତା ମେ’ ୧୦ ତାରିଖ ସନ୍ଧ୍ୟା ୬ଟାରୁ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ ଆରମ୍ଭ ହେବ। ମାଷ୍ଟରକ୍ୟାଣ୍ଟିନ ଛକଠାରୁ ବାଣୀବିହାର ଛକ ପର୍ଯ୍ୟନ୍ତ ରୋଡ ସୋ’ କରିବେ ନରେନ୍ଦ୍ର ମୋଦୀ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ।

ପ୍ରଧାନମନ୍ତ୍ରୀଙ୍କର ଏହି ରୋଡ ସୋ’ରେ ବହୁ ସଂଖ୍ୟାରେ ଯୋଗ ଦେବା ଲାଗି ଅପିଲ କରିଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ।

ପ୍ରଧାନମନ୍ତ୍ରୀ ୧୦ ତାରିଖ ରାତିରେ ଭୁବନେଶ୍ଵରରେ ରାତ୍ରୀ ଯାପନ କରିବେ। ମେ’ ୧୧ ତାରିଖରେ ସେ ବଲାଙ୍ଗିରଠାରେ ଆୟୋଜିତ ହେବାକୁ ଥିବା ବିଜେପିର ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ନେଇ ମଙ୍ଗଳବାର ଦିନ ସୁରକ୍ଷା ବ୍ୟବସ୍ଥାକୁ ନେଇ ହୋଇଛି ଗୁରୁତ୍ଵପୂର୍ଣ୍ଣ ବୈଠକ। ଭୁବନେଶ୍ଵର ବିମାନବନ୍ଦର ଅଧିକାରୀ, ସ୍ପେସାଲ ପ୍ରୋଟେକ୍ସନ ଗ୍ରୁପ (ଏସପିଜି)ଙ୍କ ସହ କମିଶନରେଟ ପୋଲିସର ବୈଠକ ବସିଥିଲା। ମଙ୍ଗଳବାର ଦିନ ଭୁବନେଶ୍ଵରର ବିଭିନ୍ନ ଛକରେ ଯାଞ୍ଚ କରାଯାଇଛି। ଗାଇଡ ଲାଇନ ଅନୁସାରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ ସିଂ।

Tags: #Politics #OdishaPolitics #AssemblyElections2024 #Odisha #BJD #BJP #Congress #NarendraModi #RoadShow

LEAVE A REPLY

Please enter your comment!
Please enter your name here