ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲାରେ ନିର୍ବାଚନ ଆଚରଣ ବିଧି ନିରୀକ୍ଷଣ ଲାଗି ୯ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ୩ଟି ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ୪ଟି ବିଧାନସଭା କ୍ଷେତ୍ରରେ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ଵ ଦିଆଯାଇଛି। ଗୁରୁବାର ସେମାନେ ନୟାଗଡ଼ ଗସ୍ତରେ ଆସି ଜିଲ୍ଲା ପ୍ରଶାସନ, ପୋଲିସ୍ ଓ ବିଭିନ୍ନ ରାଜନୈତିକ ଦଳର ପାର୍ଥୀଙ୍କ ସହ ବୈଠକ କରିଛନ୍ତି।

ନୟାଗଡ଼ରେ ମୁକ୍ତ, ଅବାଧ ତଥା ନିରପେକ୍ଷ ନିର୍ବାଚନ ପରିଚାଳନାର ତଦାରଖ କରିବା ଲାଗି ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ଜିଲ୍ଲାରେ ଆଇନ ଶୃଙ୍ଖଳା ବଜାୟ ରଖିବା, ରାଜନୈତିକ ଦଳର ପ୍ରଚାର ଓ ଖର୍ଚ୍ଚ ଉପରେ ଦୃଷ୍ଟି ରଖିବେ।

ନୟାଗଡ଼ରେ ନିଯୁକ୍ତ ପର୍ଯ୍ୟବେକ୍ଷକମାନେ ହେଲେ

ବିଧାନସଭା କ୍ଷେତ୍ରପର୍ଯ୍ୟବେକ୍ଷକପୋଲିସ୍ ପର୍ଯ୍ୟବେକ୍ଷକଖର୍ଚ୍ଚ ପର୍ଯ୍ୟବେକ୍ଷକ
ଦଶପଲ୍ଲା ରବିନ୍ଦ୍ର ଲକ୍ଷ୍ମଣ ବିନୱାଡ଼େ
ଯୋଗାଯୋଗ ନମ୍ବର –
୭୨୦୫୬୩୫୭୫୭
ଶୈଳେନ୍ଦ୍ର କୁମାର ସିହ୍ନା
ଯୋଗାଯୋଗ ନମ୍ବର –
୮୮୯୫୩୫୦୭୪୬
ପ୍ରବୀନ କୁମାର
ଯୋଗାଯୋଗ ନମ୍ବର –
୭୩୨୮୦୧୬୪୫୯
ନୟାଗଡ଼ ଓ ରଣପୁରଟି. ଭି ସୁଭାଷ
ଯୋଗାଯୋଗ ନମ୍ବର –
୭୩୨୮୦୨୫୮୮୦
 ———-ଅତୁଲ ପାଣ୍ଡେ
ଯୋଗାଯୋଗ ନମ୍ବର –
୭୯୭୮୮୩୮୪୦୩
ଖଣ୍ଡପଡ଼ାଉମାଶଙ୍କର ସିଂହ
ଯୋଗାଯୋଗ ନମ୍ବର –
୭୩୨୫୮୬୦୦୭୭
 ———-ସୁରେଶ ଶିବନନ୍ଦନ
ଯୋଗାଯୋଗ ନମ୍ବର –
୯୦୪୦୩୬୯୬୯୬

ଅନ୍ୟପଟେ କନ୍ଧମାଳ ଲୋକସଭା ଆସନ ପାଇଁ ଏନ୍‌.କେ ମିଶ୍ରଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ତାଙ୍କ ମୋବାଇଲ ନମ୍ବର ହେଉଛି ୮୦୦୫୪୪୫୦୫୫ ରହିଛି। ସେହିପରି ପୁରୀ ଲୋକସଭା ଆସନର ଖର୍ଚ୍ଚ ନିରୀକ୍ଷଣ ଲାଗି ସୁଧାଂଶୁ ଧର ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି। ତାଙ୍କ ଯୋଗାଯୋଗ ନମ୍ବର ହେଉଛି ୮୪୮୦୮୬୯୨୦୫।

ନୟାଗଡ଼ ଜିଲ୍ଲାରେ ନିର୍ବାଚନ ଆଚରଣ ବିଧି ସଂକ୍ରାନ୍ତିୟ କୌଣସି ପ୍ରକାର ଆପତ୍ତି ରହିଲେ କିମ୍ବା ବ୍ୟତିକ୍ରମ ପରିଲକ୍ଷିତ ହେଲେ ଉପରୋକ୍ତ ପର୍ଯ୍ୟବେକ୍ଷକମାନଙ୍କୁ ମୋବାଲ ଫୋନ ମାଧ୍ୟମରେ ଅବଗତ କରିବାକୁ ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

Tags: #OdishaAssemblyElections2024 #Observers #ECI #Nayagarh

Comment