ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଆଉ ଏକ ମେଡାଲ ପକ୍କା ହୋଇଯାଇଛି। ମହିଳା ୫୦ କିଲୋଗ୍ରାମ ବର୍ଗ କୁସ୍ତି ପ୍ରତିଯୋଗିତାରେ ଭାରତର ଭିନେଶ ଫୋଗଟ ଫାଇନାଲରେ ପ୍ରବେଶ କରିଛନ୍ତି। ଅଲିମ୍ପିକ୍ସ କୁସ୍ତିରେ ଫାଇନାଲକୁ ଯିବାରେ ସେ ପ୍ରଥମ ମହିଳା ବନିଛନ୍ତି।

ମଙ୍ଗଳବାର ମହିଳା ୫୦ କିଲୋଗ୍ରାମ ବର୍ଗ କୁସ୍ତି ଇଭେଣ୍ଟ ସେମିଫାଇନାଲରେ ଭିନେଶ ଫୋଗଟ କ୍ୟୁବାର ରେସଲର୍ ଗୁଜମାନ ଲୋପେଜ ୟୁସଲେନିସଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚକୁ ଭିନେଶ ୫-୦ ସ୍କୋରରେ ଜିତି ନେଇଥିଲେ।

ବୁଧବାର ରାତିରେ ଭିନେଶ ଫୋଗଟ ନିଜର ଫାଇନାଲ ମ୍ୟାଚ ଖେଳିବେ। ସେ ଏହି ମ୍ୟାଚ ଜିତି ଭାରତ ପାଇଁ ସ୍ଵର୍ଣ୍ଣ ପଦକ ଜିତନ୍ତୁ ବୋଲି କ୍ରୀଡ଼ା ପ୍ରେମୀମାନେ ଆଶା ରଖିଛନ୍ତି।

Tags: #ParisOlympics #VineshPhogat #Wrestling #Finals #Sports #India

Comment