ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ୟାରିସ ଅଲିମ୍ପିକ୍ସ କୁସ୍ତି ପ୍ରତିଯୋଗିତାରେ ଭାରତକୁ ମିଳିଛି ପ୍ରଥମ ପଦକ। ପୁରୁଷ ୫୭ କିଲୋଗ୍ରାମ ବର୍ଗରେ ୨୧ ବର୍ଷୀୟ ଭାରତୀୟ କୁସ୍ତିଯୋଦ୍ଧା ଅମନ ସେହରାଓ୍ଵତ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ ରିପିଚେଜ ମୁକାବିଲାରେ ପୋର୍ତୋ ରିକୋର ଡାରିଆନ୍ ଟୋଇ କ୍ରୁଜଙ୍କୁ ୧୩-୫ରେ ପରାସ୍ତ କରିଛନ୍ତି। ତାଙ୍କର ଏହି ପଦକ ଚଳିତ ଅଲିମ୍ପିକରେ ଭାରତର ଷଷ୍ଠ ଷଷ୍ଠ ପଦକ।

ଅମନ ସେହରାଓ୍ଵତ ପୁରୁଷ ୫୭ କିଲୋଗ୍ରାମ ବର୍ଗ କୁସ୍ତିରେ ଭଲ ପ୍ରଦର୍ଶନ କରୁଥିଲେ। ସେ ରାଉଣ୍ଡ ଅଫ୍ ୧୬ରେ ନର୍ଥ ମେସେଡୋନିଆର ଭ୍ଲାଦିମିର ଇଗୋରୋଭଙ୍କୁ ୧୦-୦ ଗୋଲରେ ପରାସ୍ତ କରିବା ସହ କ୍ୱାର୍ଟର ଫାଇନାଲରେ ଆଲବେନିଆର ଜେଲିମଖାନ୍ ଅବାକାରୋଭଙ୍କୁ ୧୨-୦ ଗୋଲରେ ପରାସ୍ତ କରିଥିଲେ।

ତେବେ ସେମିଫାଇନାଲରେ ଅମନ ଜାପାନର ରେ ହିଗୁଚିଙ୍କଠାରୁ ପରାସ୍ତ ହୋଇଥିଲେ। ଏହାପରେ ତାଙ୍କୁ ବ୍ରୋଞ୍ଜ ମେଡାଲ ପାଇଁ  ରିପିଚେଜ ରାଉଣ୍ଡରେ ପ୍ରତିଦ୍ଵନ୍ଦ୍ଵିତା କରିବାକୁ ପଡ଼ିଥିଲା।

ଅମନ ସେହରାଓ୍ଵତ ଏହି ବିଜୟ ସହ ଖାସବା ଦାଦାସାହେବ  ଯାଦବ, ସୁଶୀଲ କୁମାର, ଯୋଗେଶ୍ୱର ଦତ୍ତ, ସାକ୍ଷୀ ମଲ୍ଲିକ, ବଜରଙ୍ଗ ପୁନିଆ ଏବଂ ରବି ଦହିୟାଙ୍କ ପରେ ଅଲିମ୍ପିକ୍ସ ପଦକ ଜିତିବାରେ ଭାରତର ସପ୍ତମ ଖେଳାଳି ବନିଛନ୍ତି।    

Tags: #ParisOlympics #AmanSehrawat #BronzeMedal #Wrestling #Sports #India

LEAVE A REPLY

Please enter your comment!
Please enter your name here