ଓଡ଼ିଶାଲାଇଭ୍ ବ୍ୟୁରୋ

ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି। ଆହୁରି ୪ ବର୍ଷ ଯାଏଁ ହିତାଧିକାରୀଙ୍କୁ ମିଳିବ ମାଗଣା ଚାଉଳ। ଏନେଇ ବୁଧବାର କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ୨୦୨୮ ମସିହା ଡିସେମ୍ବର ମାସ ବଢ଼ାଯାଇଛି। ଏହା ଦ୍ଵାରା ଦେଶର ପ୍ରାୟ ୮୦ କୋଟି ହିତାଧିକାରୀ ଉପକୃତ ହେବେ।
ସେହିଭଳି ଅନ୍ୟ କଲ୍ୟାଣକାରୀ ଯୋଜନା ଭିତରେ ପିଏମ ପୋଷଣ ଯୋଜନା ତଥା ଆଇସିଡିଏସର ସବୁ ଯୋଜନା ଅନୁଯାୟୀ ଚାଉଳର ଯୋଗାଣ ମଧ୍ୟ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ୨୦୧୬ ମସିହାରେ ଆରମ୍ଭ ହୋଇଥିଲା। ତେବେ ୨୦୨୦ ମସିହାରେ କୋଭିଡ ମହାମାରୀ ସମୟରେ ଏହି ଯୋଜନାରେ ମାଗଣା ଚାଉଳ ଯୋଗାଇବା ଆରମ୍ଭ କରିଥିଲେ କେନ୍ଦ୍ର ସରକାର।
Tags: #PradhanMantriGaribKalyanAnnaYojana #PMGKAY #UnionCabinet #India

















