ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୩୬ ମସିହାରେ ଅଲିମ୍ପିକ୍ ଆୟୋଜନ କରିବା ଦିଗରେ ବଡ଼ ପଦକ୍ଷେପ ନେଇଛି ଭାରତ। ଏନେଇ  ଭାରତୀୟ ଅଲିମ୍ପିକ୍ ସଂଘ ପକ୍ଷରୁ ଆନ୍ତର୍ଜାତିକ ଅଲିମ୍ପିକ୍ କମିଟିକୁ ଏକ ଚିଠି ଦିଆଯାଇଛି। ୨୦୩୬ ମସିହାରେ ଅଲିମ୍ପିକ୍ ଏବଂ ପାରାଲିମ୍ପିକ୍ ଆୟୋଜନ କରିବା ପାଇଁ ଭାରତ ଇଚ୍ଛୁକ ଥିବା ଏଥିରେ ଦର୍ଶାଯାଇଛି।

ତେବେ ୨୦୩୬ ଅଲିମ୍ପିକ୍ ଆୟୋଜନ ପାଇଁ ଭାରତ ଏକମାତ୍ର ଦାବିଦାର ନୁହେଁ, ତୁର୍କୀ, ଇଣ୍ଡୋନେସିଆ, ଚିଲି ଭଳି ଦେଶ ଏଥିପାଇଁ ଦାବି ଉପସ୍ଥାପନ କରିଛନ୍ତି। ଭାରତର ଗୁଜରାଟର ଅହମଦାବାଦରେ ଏହାର ଆୟୋଜନ ପାଇଁ ଲକ୍ଷ୍ୟ ରଖଛି।

୨୦୨୪ ଅଲିମ୍ପିକ୍ ପ୍ୟାରିସରେ ଅନୁଷ୍ଠିତ ହୋଇଥିଲା। ଏହାପରେ ୨୦୨୮ ଅଲିମ୍ପିକ୍ ଆମେରିକାର ଲସ୍ ଆଞ୍ଜେଲସରେ ଖେଳାଯିବ। ପରବର୍ତ୍ତୀ ୨୦୩୨ ଅଲିମ୍ପିକ୍ କ୍ରୀଡ଼ା ଅଷ୍ଟ୍ରେଲିଆର ବ୍ରିସବେନରେ ଅନୁଷ୍ଠିତ ହେବ। ତେବେ ୨୦୩୬ରେ ହେବାକୁ ଥିବା ଅଲିମ୍ପିକ୍ କ୍ରୀଡ଼ା କେଉଁଠି ହେବ ତାହା ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ।

୨୦୨୩ ଅକ୍ଟୋବର ମାସରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିର ୧୪୧ତମ ଅଧିବେଶନ ମୁମ୍ବାଇରେ ଆୟୋଜନ ହୋଇଥିଲା। ଏହି ତିନି ଦିନିଆ ଅଧିବେଶନର ଉଦଘାଟନୀ ଅବସରରେ ଭାରତ ୨୦୩୬ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ କରିବାକୁ ଆଗ୍ରହୀ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଥିଲେ।

Tags: #2036Olympics #Sports #IOC #India

LEAVE A REPLY

Please enter your comment!
Please enter your name here