ଓଡ଼ିଶାଲାଇଭ୍ ବ୍ୟୁରୋ

ସଙ୍କଟରେ ବଲିଉଡ ସୁପରଷ୍ଟାର। ସଲମାନ ଖାନଙ୍କ ପରେ ଏବେ ଟାର୍ଗେଟରେ ବଲିଉଡ ବାଦଶାହ ଶାହାରୁଖ ଖାନ। ଏକ ଅଜଣା ନମ୍ବରରୁ ଶାହରୁଖ ଖାନଙ୍କ ନିକଟକୁ ଆସିଛି ହତ୍ୟା ଧମକ। ଏହି ଖବର ପରେ ବଲିଉଡ ଇଣ୍ଡଷ୍ଟ୍ରିଜ ଏବଂ ଶାହରୁଖ ଖାନ ଫ୍ୟାନ୍ସଙ୍କ ଚିନ୍ତା ବଢ଼ିଛି।

ନଭେମ୍ବର ୫ ତାରିଖ ମଧ୍ୟାହ୍ନରେ ବାନ୍ଦ୍ରା ପୋଲିସ ଷ୍ଟେସନକୁ ଏକ ଫୋନକଲ ଆସିଥିଲା। ଫୋନ କରିଥିବା ବ୍ୟକ୍ତିଜଣକ କହିଥିଲେ, “ଯାଦି ଶାହାରୁଖ ଖାନ ୫୦ ଲକ୍ଷ ଟଙ୍କା ନଦିଅନ୍ତି, ତେବେ ତାଙ୍କୁ ଜୀବନରୁ ମାରିଦେବି।”

ପୋଲିସ ଧମକ ଦେଉଥିବା ବ୍ୟକ୍ତିଙ୍କ ପରିଚୟ ପଚାରିବାରୁ ସେ କହିଥିଲେ, “ମୋ ନାଁ କ’ଣ ଜାଣିବାର କିଛି ଆବଶ୍ୟକତା ନାହିଁ, ଯଦି ଲେଖିବାର ଅଛି ମୋ ନାଁ ହିନ୍ଦୁସ୍ଥାନୀ ଦେଖିଦିଅ।”

ମୁମ୍ବାଇ ପୋଲିସ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରିଛି। ରାୟପୁରରୁ ଏହି ଧମକପୂର୍ଣ୍ଣ କଲ ଆସିଥିବା ତଦନ୍ତ ବେଳେ ଜାଣିବାକୁ ପାଇଥିଲା ପୋଲିସ। ଫୈଜାନ ଖାନଙ୍କ ନାଁରେ ଏହି ନମ୍ବରଟି ରହିଥିବାରୁ ତାଙ୍କୁ ରାୟପୁର ପୋଲିସ ଥାନାକୁ ଡକାଇ ପଚରା ଉଚରା କରିଥିଲା। ତେବେ ପାଞ୍ଚଦିନ ପୂର୍ବରୁ ଫୋନ ଚୋରି ହୋଇଯାଇଥିବା ଫୈଜାନ ପୋଲିସକୁ କହିଥିଲେ।

ପୂର୍ବରୁ ବାରମ୍ବାର ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ ଦିଆଯାଇଛି। ବର୍ତ୍ତମାନ ଶାହାରୁଖ ଖାନଙ୍କୁ ହତ୍ୟା ଧମକ ମିଳିବା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

Tags: #ShaharukhKhan #BollywoodSuperStar #DeathThreat #Mumbai

LEAVE A REPLY

Please enter your comment!
Please enter your name here