ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହର ଦୀର୍ଘ ୨୯ ବର୍ଷ ପରେ ପତ୍ନୀ ସାଇରା ବାନୁଙ୍କଠାରୁ ଅଲଗା ହେବେ ପ୍ରସିଦ୍ଧ ସଙ୍ଗୀତକାର ଏଆର ରେହମାନ।
ଏଆର ରେହମାନ ୧୯୯୫ ମସିହାରେ ସାଇରା ବାନୁଙ୍କୁ ବିବାହ କରିଥିଲେ। ତାଙ୍କର ତିନିଟି ସନ୍ତାନ ଅଛନ୍ତି। ପତ୍ନୀଙ୍କଠାରୁ ଅଲଗା ହେବାର ନିଷ୍ପତ୍ତି ସହଜ ନଥିଲା। ଅନେକେ ଭାବନାତ୍ମକ ଚାପ ପରେ ସେ ଏହିଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ଏଆର ରେହମାନ।
ଅନ୍ୟପକ୍ଷରେ, ଏଆର ରେହମାନଙ୍କ ବିବାହ ବିଚ୍ଛେଦ ଚର୍ଚ୍ଚାର କିଛି ସମୟ ପରେ ରେହମାନଙ୍କ ମ୍ୟୁଜିକାଲ ଗ୍ରୁପର ଅନ୍ୟତମ ପ୍ରମୁଖ ସଦସ୍ୟ ପ୍ରଖ୍ୟାତ ବାସିଷ୍ଟ ମୋହିନୀ ଦେ ସ୍ୱାମୀ ସଙ୍ଗୀତକାର ମାର୍କ ହାର୍ଟସଚଙ୍କଠାରୁ ଅଲଗା ହୋଇଥିବା ନେଇ ଘୋଷଣା କରିଛନ୍ତି।
ନିଜ ସୋଲିଆଲ ମିଡିଆ ଆକାଉଣ୍ଟରେ ଉଭୟଙ୍କର ଏକ ଫଟୋ ସେୟାର କରି ମୋହିନୀ ଲେଖିଛନ୍ତି, “ଆମେ ଉଭୟଙ୍କ ସହମତିରେ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଜୀବନରେ ଭିନ୍ନ ଭିନ୍ନ ଜିନିଷ କରିବାକୁ ଚାହୁଁଛୁ। ତେଣୁ କେହି କାହାର ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି କରିବା କିମ୍ବା ପରସ୍ପରକୁ ଆଗକୁ ବଢ଼ିବାରେ ଆଘାତ ଦେବା ପୂର୍ବରୁ ଅଲଗା ହେବାକୁ ଉଚିତ ମନେକଲୁ। ସାରା ଜୀବନ ଭଲ ବନ୍ଧୁ ହୋଇ ରହିବାକୁ ଆମେ ନିଷ୍ପତ୍ତି ନେଇଛୁ।”
କୋଲକାତାର ବାସିନ୍ଦା ମୋହିନୀ ଦେ ସଙ୍ଗୀତ ଜଗତରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏଆର ରେହମାନଙ୍କ ସହ ବିଶ୍ୱସ୍ତରରେ ମୋହିନୀ ୪୦ରୁ ଅଧିକ ସୋ’ କରିଛନ୍ତି।
Tags: #ARRahman #SairaBanu #Divorce #BassistMohiniDay