ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ତ୍ରୀ-ସ୍ୱାମୀ ହୁଅନ୍ତୁ କି ପ୍ରେମିକ-ପ୍ରେମିକା ଏମାନଙ୍କ ଭିତରେ ଝଗଡ଼ା ଲାଗିବା କିଛି ନୂଆ କଥା ନୁହେଁ। ବେଳେବେଳେ ଛୋଟ କଥାକୁ ନେଇ ସମ୍ପର୍କରେ ଫାଟ ସୃଷ୍ଟି ହୁଏ। କିନ୍ତୁ ଚୀନରେ ଦୁଇ ଦମ୍ପତିଙ୍କ ମଧ୍ୟରେ ଏମିତି ଘଟଣା ଘଟିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ସାମାନ୍ୟ ୩୦ ଟଙ୍କାର କୋଲ୍ଡଡ୍ରିଙ୍କ୍‌ସ ପାଇଁ ୭ ବର୍ଷର ସମ୍ପର୍କ ତୁଟିଯାଇଛି। ଏ ସମ୍ପର୍କରେ ଖୋଦ୍ ପ୍ରେମିକା ସୋସିଆଲ ମିଡିଆରେ କହିଛନ୍ତି।

ପ୍ରେମିକା ଜଣକ ସୋସିଆଲ ମିଡିଆରେ କହିଛନ୍ତି ଯେ, ସେ ତାଙ୍କ ପ୍ରେମିକ ସହିତ ବାହାରକୁ ବୁଲିବାକୁ ଯାଇଥିଲେ। ଖରା ଅଧିକ କାରଣରୁ ପ୍ରେମିକ ତାଙ୍କୁ ପାଣି ଟିକେ ପିଇବାକୁ ଦେଇନଥିଲେ। ଘରୁ ବାହାରିବା ପରଠାରୁ ପ୍ରେମିକା ଜଣଙ୍କୁ ଶୋଷ ଲାଗୁଥିବାରୁ ଏକ କୋଲଡ୍ରିଙ୍କସ କିଣି ପିଇଦେଇଥିଲେ। ବାସ୍ ଏତିକିରେ ପ୍ରେମିକଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା। ଏପରି ବଦ ଖର୍ଚ୍ଚ ବନ୍ଦ କରିବାକୁ ପ୍ରେମିକାଙ୍କୁ ଚେତାଇଦେଲେ।

ଘରେ ଯାଇ ପାଣି ପିଇ ପାରିଥାନ୍ତ କହିଥିଲେ ପ୍ରେମିକ। ଏହା ଶରୀର ପାଇଁ ଭଲ। କିନ୍ତୁ ଏଥିରେ ରାଗିଯାଇଥିଲେ ପ୍ରେମିକା। ସାମାନ୍ୟ ୩୦ ଟଙ୍କାର କୋଲଡ୍ରିଙ୍କସ ପିଇବାରେ ଅସୁବିଧା କ’ଣ? ତା’ ଛଡ଼ା ଘରେ ପହଞ୍ଚିବାରେ ବିଳମ୍ବ ହେବ ବୋଲି ସେ ପିଇଦେଲେ ବୋଲି କହିଥିଲେ। ଏହା ଶୁଣି ପ୍ରେମିକ ଜଣକ କହିଲେ, ମୁଁ ଏପରି ଝିଅକୁ ବିବାହ କରିବାକୁ ଚାହେଁ ଯିଏ ପଇସାର ଅର୍ଥ ବୁଝୁଥିବ। ତୁମ ପରି ଫାଲ୍‌ତୁ ଖର୍ଚ୍ଚ କରୁଥିବା ଝିଅକୁ ମୁଁ ଆଦୌ ପସନ୍ଦ କରେନାହିଁ କହିଥିଲେ ପ୍ରେମିକ। ଯାହା ଫଳରେ ୭ ବର୍ଷର ସମ୍ପର୍କ ତୁଟିଯାଇଛି।

Comment