ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆପଣ ଜାଣିଛନ୍ତି, ପ୍ରଚଣ୍ଡ ଖରାରେ ଶରୀରକୁ ତାଜାପଣ ଦେବାକୁ ଆମେ ଯେଉଁ କୋଲ୍ଡ ଡ୍ରିଙ୍କ୍ସ ପିଅନ୍ତି ତାହା ଶରୀର ପାଇଁ କେତେ କ୍ଷତିକାରକ ?

କୋଲ୍ଡ ଡ୍ରିଙ୍କ୍ସରୁ ହେଉଥିବା କ୍ଷତି

ଗରମ ଫଳରେ ଆପଣଙ୍କର ପାଚନ ତନ୍ତ୍ର ଖୁବ୍ ପ୍ରଭାବିତ ହୁଏ। ଏମିତିରେ ଆପଣ ଯେତେବେଳେ ଖରାରେ ବାହାରେ ଥିବାବେଳେ କୋଲ୍ଡ ଡ୍ରିଙ୍କ୍ସ ପିଅନ୍ତି, ତାକୁ ଆମ ଶରୀର ହଜମ କରିବା କଷ୍ଟକର ହୋଇପଡ଼େ। ଏହାର ପ୍ରଭାବ ଏତେ ଅଧିକ କ୍ଷତିକାରକ ହୋଇଥାଏ ଯେ ଆପଣ ରୋଗରେ ପଡ଼ିପାରନ୍ତି।

ଏହି କାରଣରୁ ପିଅନ୍ତୁ ନାହିଁ କୋଲ୍ଡ ଡ୍ରିଙ୍କ୍ସ

କୋଲ୍ଡ ଡ୍ରିଙ୍କସ୍ ପିଇବା ଫଳରେ ନା ଶୋଷ ମେଣ୍ଟିପାରେ ନା କୌଣସି ସତେଜତା ଆସେ। ଏଥିରେ ସୀସା, କେଡିୟମ୍, କ୍ରୋମିୟମ୍, ଅଙ୍ଗାରକାମ୍ଳ ଓ ଶର୍କରା ଭଳି ଉପାଦାନ ଥାଏ, ଯାହା ଆମ ଶରୀରକୁ କ୍ଷତି ପହଞ୍ଚାଇପାରେ। ଗରମ ଦିନରେ ଏହି ସବୁ ଉପାଦାନର ପ୍ରଭାବ ଦୁଇ ଗୁଣ ହୋଇଯାଏ।

ଓଜନ ବଢ଼ାଇବା ପାଇଁ ଦାୟୀ

ପ୍ରତିଦିନ କୋଲ୍ଡ ଡ୍ରିଙ୍କସ୍ ପିଇବା ଫଳରେ ଆପଣଙ୍କର ଓଜନ ବଢ଼ିପାରେ। କିନ୍ତୁ ଏହି ଓଜନରୁ ଆପଣଙ୍କୁ ମାଂସପେଶୀ ମିଳିବା ନାହିଁ, ବରଂ କେବଳ ଆପଣ ମୋଟା ହୋଇଯିବେ। ଏହା ଦ୍ୱାରା ଆପଣଙ୍କର ପେଟ ବଢ଼ିବ। ଲଗାତାର କୋଲ୍ଡ ଡ୍ରିଙ୍କସ୍ ପିଇଲେ ଆପଣ କୋକିନ୍ ଅଭ୍ୟାସରେ ପଡ଼ିଯିବେ। ଓଜନ କମ୍ କରିବାକୁ ଚାହୁଁଥିବା ଲୋକଙ୍କୁ କୋଲ୍ଡ ଡ୍ରିଙ୍କସ୍ ପିଇବା ଛାଡ଼ିବାକୁ ହେବ।

ଥଣ୍ଡା ପାଣି ବି ବିପଜ୍ଜନକ

ଘରକୁ ଫ୍ରିଜ୍ ଆସିବା ପରେ ଯେମିତି ଲୋକଙ୍କୁ ଥଣ୍ଡା ପାଣି ପିଇବାର ଅଭ୍ୟାସ ଲାଗିଯାଇଛି। କିନ୍ତୁ ଆପଣ ଜାଣିବା ଉଚିତ ଯେ ଥଣ୍ଡା ପାଣି ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କେତେ ବିପଜ୍ଜନକ। ଥଣ୍ଡା ପାଣି ପିଇ ତୁରନ୍ତ ବାହାରକୁ ଖରାରେ ଗଲେ ବା ବାହାରୁ ଆସି ତୁରନ୍ତ ଥଣ୍ଡା ପାଣି ପିଇଲେ ଆପଣ ଅସୁସ୍ଥ ହୋଇପାରନ୍ତି।

Comment