ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପ୍ରଥମଥର ପାଇଁ ଗଡ଼ିବାକୁ ଯାଉଛି ଡବଲ ଡେକର ବସ୍। ଏନେଇ ଗୁରୁବାର ୨ଟି ଇଲେକ୍ଟ୍ରିକ୍ ଡବଲ ଡେକର ବସ୍ ବ୍ରହ୍ମପୁରରେ ପହଞ୍ଚିଛି। ଭୁବନେଶ୍ଵରରେ ପ୍ରବାସୀ ଭାରତୀୟ ଦିବସ ଅବସରରେ ଏହି ସେବା ଆରମ୍ଭ ହେବ।
ପ୍ରାଥମିକ ପର୍ଯ୍ୟାୟରେ ମହାରାଷ୍ଟ୍ରରୁ ୫ଟି ଡବଲ ଡେକର ବସ୍ ରାଜ୍ୟକୁ ଆସିବ। ଏବେ ୨ଟି ବସ୍ ଆସିଥିବାବେଳେ ଆଉ ୩ଟି ବସ୍ ଆସିବ। ମୋ ବସ୍ ପରିଚାଳନା କରୁଥିବା ସଂସ୍ଥା କ୍ରୁଟ୍ ପକ୍ଷରୁ ଏହି ବସ୍ ଚାଲିବ।
ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସରେ ଆସିଥିବା ଅତିଥିଙ୍କ ପାଇଁ ଡବଲ ଡେକର ବସ୍ ସେବା ମିଳିବ। ପରେ ଏହି ସେବା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ। ଭୁବନେଶ୍ଵରରୁ ପୁରୀ ଓ କଟକ ମଧ୍ୟରେ ଏହି ବସ୍ ଚାଲିବ। ଏଥିରେ ପାଖାପାଖି ୬୪ଟି ସିଟ୍ ରହିଛି।
ଏହିସବୁ ଡବଲ ଡେକର ବସରେ ଓଡ଼ିଶାର ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ବସ୍ ଆଗରେ କୋଣାର୍କ ଚକ ରହିଥିବାବେଳେ ଚାରିପଟେ ପୁରୀ ଶ୍ରୀମନ୍ଦିର, ଧଉଳି ଶାନ୍ତି ସ୍ତୁପ ଭଳି ଚିତ୍ର ଅଙ୍କିତ ହୋଇଛି।
Tags: #ElectricDoubleDekerBus #PublicTrasport #CRUT #Odisha