ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍‌ ହରୀଶ ଟଣ୍ଡନ। ସୁପ୍ରିମକୋର୍ଟ କୋଲେଜିୟମ୍‌ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବା ପାଇଁ ତାଙ୍କ ନାମ ସୁପାରିସ କରିଛନ୍ତି। ସେ ବର୍ତ୍ତମାନ କଲିକତା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ ଦାୟିତ୍ଵ ତୁଲାଉଛନ୍ତି।

ଓଡ଼ିଶା ହାଇକୋର୍ଟରେ ଏବେ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ୨୦୨୫ ଜାନୁଆରି ୧୯ ତାରିଖରେ ଅବସର ନେଇଥିଲେ। ସେବେଠାରୁ ମୁଖ୍ୟ ବିଚାରପତିଙ୍କ ପଦ ଖାଲି ପଡ଼ିଛି। ଏବେ ତାଙ୍କ ପରେ ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ୍‌ ହରୀଶ ଟଣ୍ଡନଙ୍କ ନାମକୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି।

ଜଷ୍ଟିସ୍‌ ହରୀଶ ଟଣ୍ଡନ ୧୯୬୪ ନଭେମ୍ବର ୧୬ରେ ଜନ୍ମଗ୍ରହଣ କରିଥିଲେ। କଲିକତା ବିଶ୍ବବିଦ୍ୟାଳୟରୁ ୧୯୮୯ରେ ଏଲଏଲବି ଡିଗ୍ରି ହାସଲ କରିବା ପରେ ସେ ଆଇନଜୀବୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୦ ଏପ୍ରିଲ ୧୩ରେ ତାଙ୍କୁ କଲିକତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଦାୟିତ୍ଵ ମିଳିଥିଲା।

Tags: #JusticeHarishTandon #ChiefJustice #OrissaHighcourt

Comment