ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ। ମୁଖ୍ୟ ବିଚାରପତି ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଅକ୍ଟୋବର ମାସ ୮ ତାରିଖରେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ସିଂହ।

ଜଷ୍ଟିସ ଯଶୱନ୍ତ ସିଂହ ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି। ଗତ ୨୮ ତାରିଖରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ନେଇ ଜଷ୍ଟିସ ସିଂହଙ୍କ ନାଁ ସୁପାରିଶ କରାଯାଇଥିଲା। ଆସନ୍ତା ଅକ୍ଟୋବର ୮ ତାରିଖରେ ସେ ମୁଖ୍ୟ ବିଚାରପତି ଆସନରେ ଅଧିଷ୍ଠିତ ହେବେ।

Tags: #HighCourt #JusticeJaswantSingh #ChiefJustice #SupremeCourtCollegium

Comment