ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ନିଯୁକ୍ତି ମିଳିଛି। ତାଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲା ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।
ଜଷ୍ଟିସ୍ ହରିଶ ଟଣ୍ଡନ ବର୍ତ୍ତମାନ କଲିକତା ହାଇକୋର୍ଟରେ ବିଚାପତି ଅଛନ୍ତି। ଗତ ଜାନୁଆରି ୧୯ ତାରିଖରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ ଅବସର ନେଇଥିଲେ। ସେବେଠାରୁ ଏହି ପଦ ଖାଲି ରହିଥିଲା। ପରେ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ନିଯୁକ୍ତି ନେଇ ସୁପାରିଶ କରିଥିଲେ।
ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍ ଅରିନ୍ଦମ ସିହ୍ନାଙ୍କର ଆହ୍ଲାବାଦ ହାଇକୋର୍ଟକୁ ବଦଳି ହୋଇଛି।
ଜଷ୍ଟିସ ହରିଶ ଟଣ୍ଡନ ୧୯୮୯ ମସିହାରେ କୋଲକତା ବିଶ୍ଵବିଦ୍ୟାଳୟରୁ ଏଲଏଲଏମ ଡିଗ୍ରୀ ସହ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୧୦ ଏପ୍ରିଲ ୧୩ ତାରିଖରେ ସେ କଲିକତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।
Tags: #JusticeHarishTondon #OrissaHighCourt #ChiefJustice #Odisha


















