ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତକାଳୀନ କ୍ରୀଡ଼ାରେ ନୂଆ ତାରକା ଭାବେ ଉଭା ହୋଇଛନ୍ତି ଓଡ଼ିଶାର ‘ସ୍ନୋ ଗାର୍ଲ’ ରଞ୍ଜିତା ବେହେରା। ସେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍କିଂ ପ୍ରତିଯୋଗିତାରେ ପ୍ରଦର୍ଶନ କରି ରାଜ୍ୟକୁ ଗର୍ବିତ କରିଛନ୍ତି।
ମଙ୍ଗଳବାରଠାରୁ ଅନ୍ତର୍ଜାତୀୟ ସ୍କିଂ ଫେଡେରେସନ ପକ୍ଷରୁ କାଜାକସ୍ତାନରେ ଆୟୋଜିତ ହେବାକୁଥିବା ଅନ୍ତର୍ଜାତୀୟ ସ୍କିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ରଞ୍ଜିତା। ରାଜ୍ୟର ଏକମାତ୍ର ଖେଳାଳି ଭାବେ ଏହି ଉପଲବ୍ଧି ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିବାରେ ଲାଗିଛି।
ରଞ୍ଜିତା ବେହେରା ଏହି ପ୍ରତିଯୋଗିତା ପାଇଁ ସେ ଅନ୍ତର୍ଜାତୀୟ ସ୍କି ଫେଡେରେସନ ପକ୍ଷରୁ ମନୋନୀତ ହୋଇଛନ୍ତି। ଏନେଇ ସେ ଏବେ କାଜାକସ୍ତାନରେ ପ୍ରଶିକ୍ଷଣ ନେଉଛନ୍ତି।
ଏହାପୂର୍ବରୁ ୨୦୨୪ର ସ୍ନୋ ସିଜିନରେ ରଞ୍ଜିତା ବେହେରା ଅଷ୍ଟ୍ରିଆର ସେଣ୍ଟ ମିଚେଲ୍ସଠାରେ ହୋଇଥିବା ଅନ୍ତର୍ଜାତୀୟ ‘ଆଲପାଇନ ସ୍କିଂ’ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ଵ କରିଥିଲେ। ନିଜ ପ୍ରଦର୍ଶନ ପାଇଁ ସେ ଭଲ ପଏଣ୍ଟ ହାସଲ କରିବାରେ ସଫଳ ହୋଇଥିଲେ।
ଏହି ପ୍ରତିଯୋଗିତାରେ ରଂଜିତାଙ୍କ ସହ ହିମାଚଳ ପ୍ରଦେଶର ତନୁଜା ଠାକୁର ମଧ୍ୟ ଅଂଶଗ୍ରହଣ କରିବେ। ଏଥର ରଞ୍ଜିତା ନିଜ ପ୍ରଦର୍ଶନକୁ ଆହୁରି ଭଲ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି। ମାର୍ଚ୍ଚ ୨୮ ତାରିଖ ଯାଏଁ ଏହି ପ୍ରତିଯୋଗିତା ଚାଲିବ।
Tags: #RanjitaBehera #SnowSkier #SnowGirlofOdisha #InternationalSkingChampinship2025 #Kazakhstan #WinterGames
















