ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ହରିଶ ଟଣ୍ଡନ। ବୁଧବାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ତାଙ୍କୁ ଶପଥ ପାଠ କରାଇଛନ୍ତି। ହାଇକୋର୍ଟ ପରିସରରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି।
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ୨୦୨୫ ଜାନୁଆରି ୧୯ ତାରିଖରେ ଅବସର ନେଇଥିଲେ। ତାଙ୍କ ପରେ ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ୍ ହରୀଶ ଟଣ୍ଡନଙ୍କ ନାମକୁ ସୁପ୍ରିମକୋର୍ଟ କଲେଜିୟମ ଅନୁମୋଦନ କରିଥିଲେ।
ଜଷ୍ଟିସ୍ ହରୀଶ ଟଣ୍ଡନ ୧୯୬୪ ନଭେମ୍ବର ୧୬ରେ ଜନ୍ମଗ୍ରହଣ କରିଥିଲେ। କଲିକତା ବିଶ୍ଵବିଦ୍ୟାଳୟରୁ ୧୯୮୯ରେ ଏଲଏଲବି ଡିଗ୍ରି ହାସଲ କରିବା ପରେ ସେ ଆଇନଜୀବୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୦ ଏପ୍ରିଲ ୧୩ରେ ତାଙ୍କୁ କଲିକତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଦାୟିତ୍ଵ ମିଳିଥିଲା।
Tags: #JusticeHarishTandon #ChiefJustice #OrissaHighcourt

















