ଓଡ଼ିଶାଲାଇଭ୍ ବ୍ୟୁରୋ

ବାୟୋଟେକ୍ ଷ୍ଟାର୍ଟଅପ୍ ଏଲମେଣ୍ଟୋଜ ରିସର୍ଚ୍ଚକୁ ମିଳିଲା ସମ୍ମାନଜନକ ଷ୍ଟାର୍ଟଅପ୍ ମହାକୁମ୍ଭ ଗ୍ରାଣ୍ଡ ଚ୍ୟାଲେଞ୍ଜ ଆୱାର୍ଡ ୨୦୨୫। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏହି ପୁରସ୍କାର ପ୍ରଦାନ କରିଥିଲେ। ପଶୁ ଖାଦ୍ୟ ଶିଳ୍ପକୁ ଆଣ୍ଟିବାୟୋଟିକ୍ ମୁକ୍ତ କରିବା ଜ୍ଞାନକୌଶଳ ପାଇଁ ଏଲମେଣ୍ଟୋଜ ରିସର୍ଚ୍ଚ ଏହି ସମ୍ମାନ ହାସଲ କରିଛି।
ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଏପ୍ରିଲ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଷ୍ଟାର୍ଟଅପ ମହାକୁମ୍ଭରେ ୩ ହଜାରରୁ ଅଧିକ ପ୍ରଦର୍ଶକ, ୧୦ ହଜାର ଷ୍ଟାର୍ଟଅପ୍, ହଜାରରୁ ଅଧିକ ନିବେଶକ, ଇନକ୍ୟୁବେଟର ଓ ଆକ୍ସେଲେରେଟର ଏବଂ ଦେଶ ବିଦେଶରୁ ୫୦ ହଜାରରୁ ଅଧିକ ବ୍ୟବସାୟିକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଏଗ୍ରିଟେକ୍, କ୍ଲାଇମେଟ୍ ଟେକ୍, ବାୟୋଟେକ୍ ଏବଂ ହେଲଥଟେକ୍, ଏଆଇ, ଡିପ୍ ଟେକ୍ ଏବଂ ସାଇବର ସିକ୍ୟୁରିଟି ସମେତ ବିଭିନ୍ନ କ୍ଷେତ୍ରର ଟେକ୍ନୋଲୋଜି ପ୍ରଦର୍ଶିତ ହୋଇଥିଲା।
ଏଲମେଣ୍ଟୋଜ ବର୍ତ୍ତମାନ ଉଭୟ ଘରୋଇ ଏବଂ ରପ୍ତାନି ବଜାର ପାଇଁ ନିର୍ଦ୍ଦିଷ୍ଟ ସ୍ମାର୍ଟ ପ୍ରୋଟିନ୍ ଉତ୍ପାଦନ କରିବା ପାଇଁ ଭାରତର ସର୍ବବୃହତ ବାଣିଜ୍ୟିକ ସୁବିଧା ସ୍ଥାପନ କରୁଛି। ଏହା ୨.୪ ନିୟୁତ ମେଟ୍ରିକ୍ ଟନ୍ ଜୈବିକ ବର୍ଜ୍ୟବସ୍ତୁ ପରିଚାଳନା କରିବା ସହ ବାର୍ଷିକ ୩ ଲକ୍ଷ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି।
Tags: #ElmentozResearch #BiotechStartup #StartupMahakumbh #Biotechnology #India

















