ଓଡ଼ିଶାଲାଇଭ୍ ବ୍ୟୁରୋ

ମେ’ ୭ ତାରିଖରେ ସାରାଦେଶରେ କରାଯାଉଛି ମକ୍ ଡ୍ରିଲ୍। ଏଥିପାଇଁ ଓଡ଼ିଶାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜ୍ୟର ୧୨ଟି ଜିଲ୍ଲାରେ ଏହି ମକ୍ ଡ୍ରିଲ୍‌ କରାଯିବ। ସାଇରନ୍ ବଜାଇ ସାଧାରଣ ନାଗରିକଙ୍କୁ ସତର୍କ କରାଯିବ। ଏନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

ଓଏସ୍‌ଡିଏମ୍‌ଏ ପକ୍ଷରୁ ଉପକୂଳ ଅଞ୍ଚଳରେ ମକ୍ ଡ୍ରିଲ୍‌ ହେବ। ୧୯୭୧ ମସିହାରେ ଭାରତ-ବାଂଲାଦେଶ ଯୁଦ୍ଧ ସମୟରେ ଦେଶବ୍ୟାପୀ ମକ୍ ଡ୍ରିଲ୍‌ ହୋଇଥିଲା। ସାଇରନ ବଜାଇ ସାଧାରଣ ନାଗରିକଙ୍କୁ ସତର୍କ କରାଯିବ। ଶତ୍ରୁ ପକ୍ଷରୁ ଯଦି କୌଣସି ଆକ୍ରମଣ ହୁଏ, ତେବେ ସେଥିପାଇଁ ସତର୍କ କରାଯିବ। ଏନେଇ ଅଗ୍ନିଶମ ଡିଜି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ସାଇରନ ବାଜିଲେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। କୌଣସି ଆକ୍ରମଣର ପରିସ୍ଥିତିର ମୁକାବିଲା ଲାଗି ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ପ୍ରସ୍ତୁତ ରହିବେ। ରାଜ୍ୟ ଏବଂ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା କରାଯାଉଛି।

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତର ବଡ଼ ପଦକ୍ଷେପ ନେବାକୁ ଯାଉଥିବା କୁହାଯାଉଛି। ସହରରୁ ଗାଁ ପର୍ଯ୍ୟନ୍ତ ହେବ ମକ୍ ଡ୍ରିଲ୍‌ କରିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ମକ୍ ଡ୍ରିଲ୍‌କୁ ନେଇ କେହି ଆତଙ୍କିତ ନହେବାକୁ ପରାମର୍ଶ ଦିଆଯାଇଛି।

Tags: #MockDrill #warzone #pakistan #pahalgam #kashmir #sudhansusarangi

Comment