ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସହ ଯୁଦ୍ଧ କରିବାକୁ ଆଉ ନାହିଁ ପାକିସ୍ତାନ ପାଖରେ ଆର୍ଥିକ ସମ୍ବଳ। ବିଶ୍ୱ ଆଗରେ ଋଣ ପାଇଁ ଗୁହାରି କରୁଛି ପାକିସ୍ତାନ। ପହଲଗାମ୍ ଆକ୍ରମଣର ଜବାବରେ ଭାରତ ଜାରି ରଖିଥିବା ‘ଅପରେସନ ସିନ୍ଦୂର’ ଯୋଗୁଁ ପାକିସ୍ତାନରେ ବ୍ୟପକ କ୍ଷୟକ୍ଷତି ହୋଇଛି।
ପ୍ରତିଶୋଧ ପରାୟଣ ହୋଇ ଭାରତ ଉପରେ ଆକ୍ରମଣ ପାଇଁ ପୁଣି ଉଦ୍ୟମ କରିଥିଲା ପାକିସ୍ତାନ। କିନ୍ତୁ ପାକିସ୍ତାନର ପ୍ରତିଟି ଦୁଃସାହସର କଡ଼ା ଜବାବ ଦେଉଛନ୍ତି ଭାରତୀୟ ସେନା। ପାକିସ୍ତାନର ୫୦ରୁ ଅଧିକ ଡ୍ରୋନ ଓ ମିଶାଇଲ ନଷ୍ଟ କରିବା ସହ ପାକିସ୍ତାନର ସବୁ ପ୍ରକାର ଆକ୍ରମଣକୁ ପଣ୍ଡ କରିଛି ଭାରତ।
ପାକିସ୍ତାନ ଏଭଳି ପରିସ୍ଥିତିରୁ ବାହାରିବା ଲାଗି ବିଶ୍ୱ ସମୁଦାୟ ଆଗରେ ଋଣ ପାଇଁ ଗୁହାରି କରିଛି। ପାକିସ୍ତାନ ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ ଏନେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଇଥିଲା। ତେବେ ଏହି ପୋଷ୍ଟ୍ କୌଣସି ହ୍ୟାକର୍ ପକ୍ଷରୁ କରାଯାଇଛି ବୋଲି ପରବର୍ତ୍ତୀ ସମୟରେ ଦାବି କରିଛନ୍ତି ପାକିସ୍ତାନ ସରକାର।
Tags: #pahalgam #pakistan #kashmir #waralert

















