ଓଡ଼ିଶାଲାଇଭ୍ ବ୍ୟୁରୋ
ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୈତିକ ଦେଶ ହୋଇଛି ଭାରତ। ଭାରତର ଜିଡିପି ୪.୧୯ ଟ୍ରିଲିୟନ ଡଲାର ରହିଛି। ଏହି ସୂଚନା ଦେଇଛନ୍ତି ନୀତି ଆୟୋଗର ସିଇଓ ବିଭିଆର ସୁବ୍ରମଣ୍ୟମ।
ଆଇଏମଏଫର ତଥ୍ୟ ଅନୁସାରେ, ବର୍ତ୍ତମାନ କେବଳ ଆମେରିକା, ଚୀନ ଓ ଜର୍ମାନୀର ଅର୍ଥନୀତି ଭାରତଠାରୁ ଆଗରେ ରହିଛି।
ସାରା ବିଶ୍ଵରେ ବର୍ତ୍ତମାନ ସମୟରେ ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିରୁ ଭାରତରେ ପୁଞ୍ଜି ବିନିଯୋଗ ପାଇଁ ଅନୁକୂଳ ପରିସ୍ଥିତି ରହିଛି। ଦେଶର ଅର୍ଥନୈତିକ ଯୋଜନା ସଠିକ୍ ଭାବେ କାର୍ଯ୍ୟକାରୀ ହେଲେ, ଆଗାମୀ ତିନି ବର୍ଷ ମଧ୍ୟରେ ଭାରତ ବିଶ୍ଵର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହୋଇପାରିବ ବୋଲି ବିଭିଆର ସୁବ୍ରମଣ୍ୟମ କହିଛନ୍ତି।
Tags: #FourthLargestEconomy #India #NITIAayog


















