ଓଡ଼ିଶାଲାଇଭ୍ ବ୍ୟୁରୋ
ବଢ଼ିଲା ଇନକମ ଟ୍ୟାକ୍ସ ରିଟର୍ଣ୍ଣ ସମୟ ସୀମା। ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ସମୟସୀମାକୁ ବୃଦ୍ଧି କରିଛି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଅର୍ଥାତ ସିବିଡିଟି।
ଏହି ସମୟସୀମା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଥିଲା। ଏବେ ଏହାକୁ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ସିବିଡିଟି ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଆଇଟିଆର ଫର୍ମ, ସିଷ୍ଟମ ଡେଭଲପମେଣ୍ଟ ଆବଶ୍ୟକତା ଏବଂ ଟିଡିଏସ୍ କ୍ରେଡିଟ୍ ପ୍ରତିଫଳନରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଯୋଗୁଁ ଏହି ସମୟସୀମାକୁ ବୃଦ୍ଧି କରାଯାଇଛି।
ଆୟକର ଆଇନ ଅନୁସାରେ, ନିର୍ଦ୍ଧାରିତ ସମୟସୀମା ସୁଦ୍ଧା ରିଟର୍ଣ୍ଣ ଦାଖଲ ନକଲେ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ।
Tags: #ITRFiling #Deadline #Extended #CBDT

















