ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଡାକସେବା ବିଶ୍ୱର ବୃହତମ ଡାକସେବା। ଏହି ସେବା ପାଇଁ ବିଭିନ୍ନ ସ୍ଥାନରେ ଡାକଘର ରହିଥିବା ବେଳେ ବିଶ୍ୱରେ ଏକ ମାତ୍ର ଭାସମାନ ଡାକଘର ରହିଛି। ଏହି ଭାସମାନ ଡାକଘର ଅନ୍ୟ କୌଣସି ଦେଶରେ ନୁହେଁ ବରଂ ଭାରତରେ ହିଁ ଅଛି।

ଜମ୍ମୁ-କଶ୍ମୀରର ଶ୍ରୀନଗର ସ୍ଥିତ ଡଲ୍‌ ହ୍ରଦରେ ରହିଛି ଏହି ଭାସମାନ ଡାକଘର। ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହିତ ତତ୍କାଳୀନ କେନ୍ଦ୍ର ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ସଚିନ ପାଇଲଟ ଏହାର ଲୋକାର୍ପଣ କରିଥିଲେ।

ଏଠାରେ ଚିଠିପତ୍ର ଆଦାନପ୍ରଦାନ ଓ ଟଙ୍କା ନେଣଦେଣ ବ୍ୟବସ୍ଥା ସାଙ୍ଗକୁ ଇଣ୍ଟରନେଟ୍‌ ଓ ଅନ୍ତର୍ଜାତୀୟ ଫୋନ ସେବା ମଧ୍ୟ ଉପଲବ୍ଧ ରହିଛି। କଶ୍ମୀରକୁ ପରିଭ୍ରମଣରେ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଏହା ବେଶ ଆକୃଷ୍ଟ କରୁଛି।

Tags: #PostOffice #FloatingPostOffice #Srinagar #India

Comment