ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀରରେ ପୁଣି ଥରେ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ରକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ମଧ୍ୟ ନିପାତ ହୋଇଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ଜଣେ ସିଆରପିଏଫ୍‌ ଯବାନ ମଧ୍ୟ ଆହତ ହୋଇଛନ୍ତି।

ଶୁକ୍ରବାର ଜମ୍ମୁ ଶ୍ରୀନଗର ହାଇଓ୍ୱେର ନଗରୋଟାଠାରେ ଏହି ଘଟଣା ଘଟିଛି। ଏକ ଟ୍ରକରେ ଆତଙ୍କବାଦୀ ଲୁଚି ଯାଉଥିବା ସୁରକ୍ଷାକର୍ମୀ ଜାଣିବାକୁ ପାଇଥିଲେ। ଏହାପରେ ସୁରକ୍ଷାକର୍ମୀ ରାସ୍ତାରେ ଟ୍ରକକୁ ଅଟକାଇ ଥିଲେ। ଆତଙ୍କବାଦୀମାନେ କିଛି ବାଟ ନପାଇ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଲାଇଥିଲେ। ସୁରକ୍ଷାକର୍ମୀ ମଧ୍ୟ ଏହାର କଡ଼ା ଜବାବ ଦେଇଥିଲେ।

ଏହି ଘଟଣା ପରେ ଏବେ ହାଇଓ୍ୱେରେ ଯାନବାହାନ ଚଳାଚଳ ବନ୍ଦ ରହିଛି। ସଂପୃକ୍ତ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେଦନ ମଧ୍ୟ ଜାରି ରହିଛି। ଆତଙ୍କବାଦୀ ଏକ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ କରିବା ପାଇଁ ଟ୍ରକରେ ଲୁଚି ଯାଉଥିବା ଜଣାପଡ଼ିଛି।

Comment