ଓଡ଼ିଶାଲାଇଭ୍ ବ୍ୟୁରୋ

pir panjal range

କରୋନା ଯୋଗୁଁ ଦେଶବ୍ୟାପୀ ଲକଡାଉନର ପ୍ରଭାବ ସମସ୍ତଙ୍କ ଉପରେ ପଡ଼ିଛି। ଦୈନନ୍ଦିନ ଜୀବନ ଶୈଳୀ, ଗାଡ଼ିମଟର, ଅଫିସ୍ କାମ ସବୁ ଠପ୍। ତେବେ ଏହି ଲକଡାଉନର ଯୋଗୁଁ ଯଦି କିଛି ଭଲ ପରିବର୍ତ୍ତନ ଆସିଛି ,ତାହେଲେ ତାହା ଦେଖିବାକୁ ମିଳିଛି ପ୍ରକୃତିଠାରେ। କମ ଜନଗହଳି ତଥା ଗାଡ଼ିମଟର ଚଳାଚଳ ଏବଂ କାରଖାନା ଆଦିର ବ୍ୟବହାର ବନ୍ଦ ଥିବା ଯୋଗୁଁ ପ୍ରକୃତିରେ ସୁଧାର ଆସିଥିବାର ଦେଖିବାକୁ ମିଳୁଛି।

କମ ପ୍ରଦୂଷଣ ଯୋଗୁଁ ବାୟୁମଣ୍ଡଳରେ ସ୍ୱଚ୍ଛତା ଆସିଛି, ଏବଂ ଏହି କାରଣ ଯାଗୁଁ ଶ୍ରୀନଗରର ଡଲ୍ ହ୍ରଦରୁ “ପିର୍ ପଞ୍ଜଲ୍ ରେଞ୍ଜ୍” ସ୍ପଷ୍ଟ ଭାବେ ଦେଖାଯାଉଛି। ଏହା ହେଉଛି ହିମାଳୟର ଭିତର ଭାଗ। ବହୁଳ ଗାଡ଼ିମଟର ବ୍ୟବହାର ତଥା ବଢ଼ିଚାଲିଥିବା ପ୍ରଦୂଷଣ ଯୋଗୁଁ ଶ୍ରୀନଗରରୁ ପାହାଡ଼ ସ୍ଫଷ୍ଟ ଭାବେ ଦେଖାଯାଏନାହିଁ। ସେହିପରି ହିମାଳୟ ଶିଖର ମଧ୍ୟ ଏବେ ଦୃଶ୍ୟମାନ ହେଲାଣି ଯାହା ପୂର୍ବରୁ କେବେ ହେଇନଥିଲା।

Dal-Lake

ଏହି ଲକଡାଉନର ପ୍ରଭାବ ଡଲ୍ ହ୍ରଦରେ ମଧ୍ୟ ଦେଖିବାକୁ ମିଳିଛି। ପୂର୍ବରୁ ସଫେଇ କାର୍ଯ୍ୟ ସତ୍ତ୍ୱେ ଏହି ଲେକର ପାଣି ଅତ୍ୟଧିକ ପ୍ରଦୂଷଣ ଯୋଗୁଁ କଳା ଦେଖାଯାଉଥିଲା। କିନ୍ତୁ ବର୍ତ୍ତମାନ ଏହି ଲେକର ପାଣି ସ୍ୱଚ୍ଛ ଏବଂ ନିର୍ମଳ ଦେଖାଯାଉଛି।

ଲକଡାଉନ ଯୋଗୁଁ ବାୟୁ ଏବଂ ଜଳ ପୂର୍ବାପେକ୍ଷା ଅନେକାଂଶରେ ସ୍ୱଚ୍ଛ ହେବାର ଅନୂଭବ କରାଯାଉଛି। ପ୍ରକୃତି ନିଜର ସୁନ୍ଦର ରୂପରେ ସଜ୍ଜିତ ଥିବାର ଜଣାପଡ଼ୁଛି। ଏହି କିଛି ଦିନ ହେବ ପିର ପଞ୍ଜଲ୍ ରେଞ୍ଜ୍ ସଂପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେଉଥିବାରୁ, ପ୍ରକୃତି ଯେ କେତେ ମାତ୍ରାରେ ଅବହେଳିତ ହେଉଥିଲା ତାର ଅନ୍ଦାଜା ଲଗାଯାଇପାରିବ।

Comment