ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼। ଏଥିରେ ୨ଜଣ ଯବାନ ଆହତ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ଗ୍ରେନେଡ୍‌ ମାଡ଼ ପରେ ଆତଙ୍କବାଦୀମାନେ ସେଠାରୁ ଫେରାର ହୋଇଯାଇଛନ୍ତି।

ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆକ୍ରମଣ ପରେ ସେହି ଅଞ୍ଚଳକୁ ସୁରକ୍ଷାକର୍ମୀମାନେ ସିଲ୍‌ କରିଦେଇଛନ୍ତି। ସେହି ରାସ୍ତା ଦେଇ ଚଳାଚଳ କରୁଥିବା ସମସ୍ତ ଯାନବାହନର ଯାଞ୍ଚ ମଧ୍ୟ କରାଯାଉଛି। ଏହାସହ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ ହୋଇଛି।

Comment