ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଫ ଚାଦର ତଳେ ଘୋଡ଼ାଇ ହୋଇଛି ଜମ୍ମୁ କଶ୍ମୀର। ଏହାର ମଜା ନେଉଛନ୍ତି ଦେଶ ବିଦେଶରୁ ଆସିଥିବା ହଜାର ହଜାର ପର୍ଯ୍ୟଟକ। ଭୂସ୍ୱର୍ଗ କଶ୍ମୀରରେ ବରଫର ବର୍ଷାକୁ ମନଭରି ଉପଭୋଗ କରୁଛନ୍ତି ପର୍ଯ୍ୟଟକ।

ଗୋଟିଏ ପଟେ ପର୍ଯ୍ୟଟକ କଶ୍ମୀରର ମଜା ନେଉଥିଲା ବେଳେ ଅନ୍ୟପଟେ ଭୁସ୍ଖଳନ ଯୋଗୁଁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି। ଲଗାତର ବରଫ ବର୍ଷା ଯୋଗୁଁ କଶ୍ମୀରରେ ଯାତାୟତରେ ସମସ୍ୟା ଉପୁଜିଛି। ଜମ୍ମୁ ଶ୍ରୀନଗର ହାଇଓ୍ୱେରେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୫ ଡିଗ୍ରୀ ପାରଦ କମିଥିବାରୁ  ଶୀତର ପ୍ରକୋପ ଆହୁରି ବଢ଼ିଛି। ଫଳରେ ଜନଜୀବନ ପ୍ରଭାବିତ ହୋଇଛି।

Comment