ଓଡ଼ିଶାଲାଇଭ ବ୍ୟୁରୋ

ଜମ୍ମୁ କଶ୍ମୀରରେ ସ୍ଥିତି ସୁଧୁରୁଥିବା ବେଳେ ପୁଣି ଆତଙ୍କୀ ହମଲା ହୋଇଛି। ଜମ୍ମୁ କଶ୍ମୀରର ଶ୍ରୀନଗର ହରି ସିଂହ ହାଇଟ ଷ୍ଟ୍ରିଟ ନିକଟରେ ଆତଙ୍କୀମାନେ ଗ୍ରେନେଡ ମାଡ଼ କରିଛନ୍ତି। ଏଥିରେ ୭ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। ଆହତ ଲୋକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗ୍ରେନେଡ ହାମଲା ପରେ ଘଟଣା ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଘଟଣାସ୍ଥଳରେ ଜମ୍ମୁ କଶ୍ମୀର ପୋଲିସ ସହ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏହାସହ ଗ୍ରେନେଡ ଆକ୍ରମଣର ଛାନଭିନ ଆରମ୍ଭ କରାଯାଇଛି।

ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ସେଠାରେ କର୍ଫ୍ୟୁ ଜାରି କରାଯାଇଥିଲା। ପରିସ୍ଥିତି ଧିରେ ଧିରେ ସୁଧୁରୁଥିବା ବେଳେ ପୁଣି ଆତଙ୍କୀମାନେ ଆକ୍ରମଣ କରିଛନ୍ତି।

Comment