ଓଡ଼ିଶାଲାଇଭ୍ ବ୍ୟୁରୋ

ୟୁଟ୍ୟୁବ ମନିଟାଇଜେସନ ପଲିସିରେ ବଡ଼ ପରିବର୍ତ୍ତନ ହୋଇଛି। ଏଣିକି ମାସ-ପ୍ରୋଡ୍ୟୁସଡ୍ ଏବଂ ରିପିଟେଟିଭ୍ ଭିଡିଓରେ ଆଉ ରୋଜଗାର କରିପାରିବେନି କ୍ରିଏଟର୍ସ। ଜୁଲାଇ ୧୫ଠାରୁ ଏହି ନିୟମ ଲାଗୁ କରିଛି ୟୁଟ୍ୟୁବ।

ୟୁଟ୍ୟୁବ ପାର୍ଟନର ପ୍ରୋଗ୍ରାମର ନୂଆ ନିୟମ ଅନୁସାରେ, ବର୍ତ୍ତମାନ କେବଳ ଓରିଜିନାଲ୍ ଏବଂ ଅଥେଣ୍ଟିକ ଭିଡିଓକୁ ପ୍ଲାଟଫର୍ମ ଦ୍ଵାରା ମନିଟାଇଜଡ କରାଯିବ। ୟୁଟ୍ୟୁବ କ୍ରିଏଟରଙ୍କୁ ସୁରକ୍ଷା ଦେବା ଏବଂ ପ୍ଲାଟଫର୍ମର ଅପବ୍ୟବହାରକୁ ରୋକିବା ଲାଗି ଏହି ନୂଆ ନିୟମ ଆଣିଛି।

ସେହିପରି ଏହି ନିୟମ ଅନୁସାରେ ଦର୍ଶକଙ୍କୁ ଭ୍ରମିତ କରୁଥିବା କ୍ଲିକ୍‌ବେଟ୍, ନିମ୍ନମାନର ଏଆଇ ଜେନେରେଟେଟ କଣ୍ଟେଣ୍ଟରେ ମଧ୍ୟ ୟୁଟ୍ୟୁବ ମନିଟାଇଜେସନ ବନ୍ଦ କରଦିଆଯିବ। ତେବେ ଏଆଇ ଏବଂ ସ୍ପାମ୍ ବିଷୟବସ୍ତୁର ସଂଖ୍ୟା ହ୍ରାସ କରିବା ଏବଂ ମୌଳିକ ବିଷୟବସ୍ତୁକୁ ଲୋକଙ୍କ ପାଖରେ ପହଞ୍ଚାଇବା ହେଉଛି ଏହି ନିୟମର ମୁଖ୍ୟ ଉଦ୍ଦେଶ୍ୟ।

Tags: #YouTube #MonetisationRules

Comment